ମୁମ୍ଵାଇ ୩୧।୦୭; ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଲିଭ୍-ଇନ୍ ସମ୍ପର୍କକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ସେହି ସମୟରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଭଉଣୀ ତଥା ପୂର୍ବତନ ସେନା ଅଧିକାରୀ ଖୁସବୁ ପଟାନୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅନିରୁଦ୍ଧାଚାର୍ଯ୍ୟ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମହିଳାଙ୍କୁ ଇଙ୍ଗିତ କରି କହିଛନ୍ତି, "ପୁଅମାନେ ୨୫ ବର୍ଷର ଝିଅମାନଙ୍କୁ ଆଣୁଛନ୍ତି, ଯେଉଁମାନେ ୪-୫ ଜାଗାରେ ବୁଲି ବୁଲି ଆସିଥାନ୍ତି ।"ଏହି ବୟାନ ପରେ ସାରା ଦେଶରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ଏବଂ ଅନେକ ଲୋକ ତାଙ୍କୁ ନାରୀ ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି ।
जो बाबा लड़कियों को सिर्फ शरीर समझे, वो संत नहीं, सीधा जेल के लायक है।
— Anand Yadav (Sonu) (@yadavsonuanand) July 29, 2025
अनिरुद्धाचार्य जैसे बाबा का बहिष्कार होना चाहिए।
खुशबू पटानी ने सच दिखाया अब बोलो भक्तों, क्या यही है तुम्हारा धर्म? 😡🔥 pic.twitter.com/i2OuxiBhku
ଅନିରୁଦ୍ଧାଚାର୍ଯ୍ୟଙ୍କ ଏହି ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଖୁସବୁ ପଟାନୀ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଯଦି ଏହି ବ୍ୟକ୍ତି ମୋ ସାମ୍ନାରେ ଥାଆନ୍ତେ, ମୁଁ ତାଙ୍କୁ ବୁଝାଇ ଦେଇଥାନ୍ତି ମୁହଁ ମାରିବା କ’ଣ। ଏମାନେ ରାଷ୍ଟ୍ର-ବିରୋଧୀ। ଆପଣମାନେ ଏଭଳି ନୀଚ୍ଚ ଶ୍ରେଣୀର ବଦମାସଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ଏହି ସମାଜର ସମସ୍ତ ମୂର୍ଖ ଓ ନପୁଂସକ ଲୋକମାନେ ହିଁ ତାଙ୍କୁ ଅନୁସରଣ କରୁଛନ୍ତି। ଲିଭ୍-ଇନ୍ ସମ୍ପର୍କରେ ଉଭୟ ପୁରୁଷ ଏବଂ ମହିଳାଙ୍କ ସମ୍ମତି ରହିଥାଏ ଏବଂ ବିବାହ ପୂର୍ବରୁ ଅନ୍ୟ କାହା ସହିତ ରହିବା ଭୁଲ ବୋଲି ଧାରଣାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ସେ ଆଧ୍ୟାତ୍ମିକ ଗୁରୁଙ୍କ ଏହି ଲିଙ୍ଗଗତ ଭେଦଭାବପୂର୍ଣ୍ଣ ମନ୍ତବ୍ୟକୁ ନିନ୍ଦା କରିବା ସହ ଏଭଳି ଚିନ୍ତାଧାରାକୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।