ବିଜେପି ସରକାରରେ ଅସୁରକ୍ଷିତ ଆଦିବାସୀ, ପ୍ରତିବାଦରେ ଏସ୍‌ଟି କମିଶନଙ୍କୁ ଭେଟିଲା ବିଜେଡି

Published By : Prameya-News7 Bureau | May 05, 2025 IST

ଭୁବନେଶ୍ବର ୦୫/୦୫: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି । ବଢିଚାଲିଛି ନାବାଳିକା,ଯୁବତୀ ଓ ମହିଳାଙ୍କ ପ୍ରତି ଅତ୍ୟାଚାର । ପ୍ରତିଦିନ ଦୁଷ୍କର୍ମର ଖବର ସାମ୍ନାକୁ ଆସୁଛି । କୋରାପୁଟ ଜିଲ୍ଲା ଲମତାପୁଟର ଆଦିବାସୀ ହଷ୍ଟେଲରେ ୮ବର୍ଷର ଝିଅକୁ ଦୁଷ୍କର୍ମ କରାଗଲା । ଘଟଣାରେ ଦୋଷୀଙ୍କ ବିରୋଧରେ ଆକ୍ସନ ଦୂର କଥା । ୧୫ ଦିନଯାଏ ଘଟଣାକୁ ଲୁଚାଇ ଦିଆଗଲା । ପୀଡିତାଙ୍କ ଚିକିତ୍ସା ବି କରାଗଲାନି । ବିଜେପି ସରକାରରେ ଅସୁରକ୍ଷିତ ଆଦିବାସୀ । ବୋଟି ବଚାଓ ସରକାର ସମୟରେ ବଢୁଛି ଅତ୍ୟାଚାର । ବିଜେପି ବିରୋଧରେ ଏପରି ଅଭିଯୋଗ ଆଣି ଏସ୍‌ଟି କମିଶନଙ୍କୁ ଭେଟିଛି ବିଜେଡି । 


ନିଜେ କମିଶନ ଏ ଦିଗରେ ରାଜ୍ୟ ସରକାରଙ୍କୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛି ବିଜେଡି । କୋରାପୁଟ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ ଆକ୍ସନ ଦାବି କରିବା ସହ ଆଦିବାସୀ ହଷ୍ଟେଲରେ ସଚେତନତା କାର୍ଯ୍ୟକ୍ରମ କରି ଏପରି ଘଟଣା ରୋକିବା ଦିଗରେ ପଦକ୍ଷେପ ନେବାକୁ ଜୋର ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ।  

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.