ନୂଆଦିଲ୍ଲୀ ୦୮/୦୮: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜୁ ଜନତା ଦଳ । ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ । ଉପରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଏଭଳି କିଛି ବଡ଼ ବୟାନ ରଖିଛନ୍ତି ବିଜେଡି ନେତା ମହେଶ ସାହୁ ।
ସେ କହିଛନ୍ତି ଯେ, ଏନଡିଏ ଯେଉଁ ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ, ବିଜେଡି ତାକୁ ସମର୍ଥନ କରିବ ନାହିଁ । ବିଗତ ଦିନରେ ନରେନ୍ଦ୍ର ମୋଦୀ ଓଡ଼ିଶାର ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଆମେ ତାକୁ ସମର୍ଥନ କରିଥିଲୁ । ହେଲେ ଏବେ ସେ ପରିସ୍ଥିତି ନାହିଁ । ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ ।
ସୂଚନାଥାଉକି, ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ । ଏଥିପାଇଁ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛି । ଉଭୟ ଇଣ୍ଡି ମେଣ୍ଟ ଏବଂ ଏନଡିଏ ମେଣ୍ଟ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ହେଲେ ଏହା ପୂର୍ବରୁ କିନ୍ତୁ ବିଜେଡି ନେତା ଦେଇଛନ୍ତି ବଡ଼ ବୟାନ ।