ଜୁନ୍ ୧୨ରେ ବିଜେପି ସରକାରକୁ ପୁରିବ ବର୍ଷେ, ଲୋକଙ୍କ ପାଖକୁ ରିପୋର୍ଟ କାର୍ଡ ନେଇଯିବାକୁ ଯୋଜନା

Published By : Prameya-News7 Bureau | May 16, 2025 IST

ଭୁବନେଶ୍ବର : ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ବୃନ୍ଦ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ରିପୋର୍ଟ କାର୍ଡ ଧରି ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ଜୁନ୍ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ୍ ଓ ପଞ୍ଚାୟତ ପୌରସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ ।

ବର୍ଷକ ମଧ୍ୟରେ ୧୧ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କଲେଣି ବିଜେପି ସରକାର । ୨୪ ନିର୍ବାଚନ ବେଳେ ୨୧ଟି ପ୍ରତିଶ୍ରୁତି ଦିଆଯାଇଥିଲା ସରକାରକୁ ଆସିବା ପରେ ସେଥିମଧ୍ୟରୁ ୧୧ଟି ପ୍ରତିଶ୍ରୁତି ପାଳନ କରାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେ ଆହୁରି କହିଛନ୍ତି, ଆଗାମୀ ବର୍ଷକ ମଧ୍ୟରେ ଆଉ ୧୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରାଯିବ । ଜୁନ୍ ୧୨ ତାରିଖରେ ସରକାରକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଲୋକଙ୍କ ପାଖକୁ ରିପୋର୍ଟ କାର୍ଡ ନେଇଯିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । 

ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯୋଗାଯୋଗରେ ରହିଛି । ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରାଯିବ । ଲୋକଙ୍କ ପାଖକୁ ପ୍ରଦର୍ଶନ କାର୍ଡ ଧରିକି ଯିବୁ । ରାଜ୍ୟର ୧ କୋଟି ପରିବାର ପାଖରେ ଆମେ ଆମ ରିପୋର୍ଟ କାର୍ଡ ଧରି ପହଞ୍ଚିବୁ । ଏହାସହ ଆଗାମୀ ଦିନ ଲାଗି ଲୋକଙ୍କ ପରାମର୍ଶ ଲୋଡ଼ିବେ ରାଜ୍ୟ ସରକାର । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌରସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ଜୁନ୍ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।



You Can Read:

ପାହାଡ଼ରେ ମାଓ କ୍ୟାମ୍ପ୍ ଠାବ, ମିଳିଲା ବିପୁଳ ପରିମାଣ ମାଓ ସାମଗ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.