ଭୁବନେଶ୍ୱର ୨୮।୦୯ : ଓଲିଉଡ୍ରେ ପୁଣି ବ୍ଲାକମେଲ୍ ଝଡ଼ । ଧୋକାବାଜ୍ ପୁରୁଷ ବନ୍ଧୁ । ବିଶ୍ୱାସରେ ଦେଲା ବିଷ । ଜଣେ ଟେଲି ଅଭିନେତ୍ରୀ ବାଥରୁମ୍ରେ ଗୋଧୋଉଥିବା ବେଳେ ତାଙ୍କର ଅଶ୍ଲୀଳ ଭିଡିଓ ସୁଟିଂ କରି ଭାଇରାଲ କରିବାକୁ ଧମକ ଦେଉଛନ୍ତି ପୁରୁଷ ବନ୍ଧୁ । ଏନେଇ ଅଭିନେତ୍ରୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ୍ ଆରମ୍ଭ କରିଛି ତନାଘନା। ସମ୍ପୃକ୍ତ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବା ପୁଲିସ୍ କହିଛି । ଖାଲି ସେତିକି ନୁହେଁ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, କଟକ ପୁରୁଣାହାତ ଅଞ୍ଚଳରେ ସଂପୃକ୍ତ ଅଭିନେତ୍ରୀଙ୍କ ଘର ।ସେ ବିଭିନ୍ନ ସିରିଏଲ୍ ଓ ଯାତ୍ରାରେ କାମ କରନ୍ତି । ଏପିରିକି ଏନ୍ଜିଓ ସଂସ୍ଥାରେ ମଧ୍ୟ ଚାକିରି କରନ୍ତି । ଗତ ବର୍ଷ ରିଙ୍କୁ ନାୟକ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ଭୁବନ ତାଙ୍କୁ କହିଥିଲେ, ସେ ବିଭିନ୍ନ ଯାତ୍ରା ପାର୍ଟି, ଟିଭି ସିରିଏଲ୍ ଓ ଡାନ୍ସ ଗ୍ରୁପ୍କୁ କଳାକାର ଯୋଗାନ୍ତି । ସରକାରୀ ମହଲରେ ମଧ୍ୟ ଭଲ ସମ୍ପର୍କ ରହିଛି । ଟଙ୍କା ଦେଲେ ସରକାରୀ ଚାକିରି ମଧ୍ୟ କରାଇ ଦେବେ । ଏହା ପରେ ଭୁବନ ସହ ଅଭିନେତ୍ରୀଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଲା । ଭୁବନ କଥାରେ ସେ ଅନ୍ୟ ପ୍ରଯୋଜନା ସଂସ୍ଥାଠାରୁ ଦୂରେଇ ଯାଇଥିଲେ । ଆଉ ଭୁବନଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଏହାର ସୁଯୋଗରେ ଭୁବନ ଅଭିନେତ୍ରୀଙ୍କୁ ଏକ ବଡ଼ ବ୍ୟାନରରେ କାମ କରାଇ ଦେବାକୁ କହି ତାଙ୍କଠୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ।
wp:html /wp:htmlଏହାପରେ ମଉକା ଦେଖି ବାଥରୁମ୍ରେ କ୍ୟାମେରା ଲଗାଇ ଅଭିନେତ୍ରୀଙ୍କ ଭିଡିଓ ରେକଡିଂ କରିଥିଲେ । ଉକ୍ତ ଭିଡିଓ ଦେଖାଇ ଅଭିନେତ୍ରୀଙ୍କୁ ବ୍ଲାକମେଲ୍ କରୁଥିଲେ । ଏହାକୁ ଅଭିନେତ୍ରୀ ବିରୋଧ କରିବାରୁ ତାଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ ଘରକୁ ଯାଇ ଏସିଡ୍ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ଅଭିନେତ୍ରୀ ଜଣଙ୍କ ଏ ବିଷୟରେ ଭୁବନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ସେମାନେ କିଛି ଶୁଣି ନଥିଲେ । ବାଧ୍ୟ ହୋଇ ଅଭିନେତ୍ରୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ଏନେଇ ମହିଳା ଥାନା ପୁଲିସ୍ କହିଛି, ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଚାଲିଛି ।
wp:embed {"url":"https://www.prameyanews7.com/youth-shot-at-in-kamakhyanagar/","type":"wp-embed","providerNameSlug":"prameya-news-7"} /wp:embed