ମୃତ୍ୟୁର ୪ଘଣ୍ଟା ପରେ ବି ଉଠୁନି ମହିଳାଙ୍କ ଶବ

Published By : Prameya-News7 Bureau | December 26, 2024 IST

ବୌଦ୍ଧ 26/12 : ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଆସିଛି ସାମ୍ନାକୁ ।  ମୃତ୍ୟୁର ୪ଘଣ୍ଟା ପରେ ବି ଉଠୁନି ମହିଳାଙ୍କ ଶବ । ବୌଦ୍ଧ ମେଡିକାଲରେ ପଡ଼ି ରହିଛି ଶବ। ମୃତକ ହରଭଙ୍ଗା ଗ୍ରାମର ଝରଣା ବେହେରା ।  ହରଭଙ୍ଗା ପୋଲିସ ନ ଆସିବାରୁ ବ୍ୟବଚ୍ଛେଦ ହୋଇ ପାରୁନଥିବା ଅଭିଯୋଗ ହୋଇଛି। 

ହରଭଙ୍ଗା ଗ୍ରାମର ଝରଣା ବେହେରା ପୂର୍ବରୁ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗୁରୁବାର ହଠାତ୍ ମଧ୍ୟାହ୍ନରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ତେବେ ତାଙ୍କୁ ପ୍ରଥମେ ହରଭଙ୍ଗା ମେଡିକାଲକୁ ନେଇଥିବା ବେଳେ ଡାକ୍ତର ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ବୌଦ୍ଧ ମେଡିକାଲକୁ ଆସୁଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ  ହୋଇଥିଲା। ଏହାପରେ ଡାକ୍ତର ତାଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ ବୋଲି କହିଥିଲେ । ତେବେ ପୋଲିସ ନ ଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇ ପାରିବ ନାହିଁ ବୋଲି କହିଥିଲେ।  

ଅନ୍ୟପକ୍ଷରେ ହରଭଙ୍ଗା ପୋଲିସକୁ ସୂଚନା ଦେଇଥିଲେ। ହେଲେ  ଦୀର୍ଘ ୪ଘଣ୍ଟା ବିତିଯାଇଥିଲେ ବି  ହରଭଙ୍ଗା ପୋଲିସ ବୌଦ୍ଧ ମେଡିକାଲ ରେ ପହଞ୍ଚି ପାରିନାହାନ୍ତି।  ତେଣୁ ପରିବାର ଲୋକେ ଶବକୁ ଧରି ବୌଦ୍ଧ ମେଡ଼ିକାଲରେ ବସି ରହିଥିବା ଦେଖିବାକୁ ମିଳିଛି।

Also Read- 

ମନ୍ଦିର ହୁଣ୍ଡି ଚୋରିର ପର୍ଦ୍ଦାଫାଶ , ଦମ୍ପତିକୁ ଗିରଫ କଲା ଖଲ୍ଲିକୋଟ ପୋଲିସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.