ନୂଆଦିଲ୍ଲୀ: ବଢ଼ିପାରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଡ଼ୁଆ । ବେଆଇନ ନିର୍ମାଣ ଅଭିଯୋଗରେ ବୃହନ୍ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଛି। ନୋଟିସର ସ୍ପଷ୍ଟ ଉତ୍ତର ନରଖିଲେ ମଲାଡରେ କରିଥିବା ନିର୍ମାଣକୁ ବେଆଇନ ଧରିନିଆଯିବ। ଆଉ ଏହାକୁ ଭଙ୍ଗାଯିବ।
ସୂଚନା ଅନୁଯାୟୀ, ଏହି ମାମଲା ମଲାଡର ଏରଙ୍ଗଲ ଗାଁର। ବିଏମସି ପକ୍ଷରୁ କୁହାଯାଇଛି ଏହି ଗାଁରେ ସମୁଦ୍ର କୂଳରେ ବେଆଇନ ନିର୍ମାଣ ହୋଇଛି। ବିଏମସି ୧୦୦ରୁ ଅଧିକ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ନୋଟିସ କରିଛି। ଯେଉଁଥିରେ ମିଥୁନ ଚକ୍ରବର୍ତ୍ତୀଙ୍କ ଏକ ପ୍ରପର୍ଟୀ ମଧ୍ୟ ରହିଛି।ମିଥୁନଙ୍କୁ ମେ ୧୦ରେ ନୋଟିସ ହୋଇଥିବା ଜଣାପଡ଼ିଛି।
ମିଥୁନ ଚକ୍ରବର୍ତ୍ତୀଙ୍କୁ ୧ ସପ୍ତାହର ସମୟ
ତେବେ ମିଥୁନଙ୍କୁ ଜାରି ହୋଇଥିବା ନୋଟିସର ଉତ୍ତର ଏକ ସପ୍ତାହ ଦେବାକୁ କୁହାଯାଇଛି। ତେବେ ଏହା ଭିତରେ ୧ ସପ୍ତାହ ବିତିଯାଇଥିଲେ ବି, ମିଥୁନ ଚକ୍ରବର୍ତ୍ତୀ ନୋଟିସର ଉତ୍ତର ଦେଇଛନ୍ତି କି’ ନାହିଁ ତାହା ଜଣାପଡ଼ିନାହିଁ।