ଭୋଗରାଇ ୧୦।୫: ବିଧବା ମହିଳାଙ୍କ ଘରୁ ମିଳିଲା ଦୁଇ ମୃତଦେହ । ମହିଳାଙ୍କ ସହ ପୁରୁଷଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଉଭୟ ମୃତଦେହ ପଚି ସଢ଼ି ଦୁର୍ଗନ୍ଧ ବାହାରୁଥିବା ବେଳେ ଏପର୍ଯ୍ୟନ୍ତ ଶବକୁ ଉଦ୍ଧାର କରାଯାଇ ପାରିନାହିଁ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରେ ଜଣେ ବିଧବା ମହିଳା ନିଜ ପୁଅ-ବୋହୂଙ୍କ ଠାରୁ ଅଲଗା ରହୁଥିଲେ । ମହିଳା ଜଣଙ୍କ ଘର ଠାରୁ କିଛି ଦୂରରେ ଆଉ ଏକ ଚାଳ କୁଡ଼ିଆରେ ଏକା ରହୁଥିଲେ । ତେବେ ଶନିବାର ହଠାତ ମହିଳାଙ୍କ ପୁଅ ଚାଳ କୁଡ଼ିଆକୁ ଆସିଥିବା ବେଳେ ଜଣେ ପୁରୁଷଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତଳେ ତାଙ୍କ ମା’ଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏଭଳି ଗୋଟିଏ ଘରୁ ମହିଳା-ପୁରୁଷଙ୍କ ମୃତଦେହ ଠାବ ହେବା ପରକୀୟା ପ୍ରୀତି ଆଡକୁ ସନ୍ଦେହ ବଢ଼ାଉଛି ।
You Can Read:
ଅରଡ ବଜାର ମସଜିଦ୍ ଲେନ୍ ୨୨୮ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ