ମଣିପୁର ଜିରି ନଦୀରୁ ମିଳିଲା ୩ ଜଣଙ୍କ ମୃତଦେହ,ସୋମବାର ହିଂସା ପରେ ନିଖୋଜ ଥିଲେ

Published By : Prameya-News7 Bureau | November 16, 2024 IST

ମଣିପୁର ୧୬/୧୧: ୫ ଦିନ ତଳେ ନିଖୋଜ ଥିଲେ । ନଦୀରୁ ମିଳିଲା ୩ ଜଣଙ୍କ ମୃତଦେହ । ମଣିପୁର ହିଂସା ପରେ ନିଖୋଜ ୬ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଜିରି ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଓ ୨ ଶିଶୁ । ସୋମବାର ହିଂସା ପରେ ସମସ୍ତେ ନିଖୋଜ ଥିଲେ । ସେନା ପୋଷାକରେ ଆସି ଉଗ୍ରବାଦୀମାନେ ସିଆରପିଏଫ୍‌ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ୧୦ ଉଗ୍ରବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ । ଏହି ସମୟରେ ଜିରିବାମ ଜିଲ୍ଲାର ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୬ ଜଣ ନିଖୋଜ ହୋଇଯାଇଥିଲେ । ଉଗ୍ରବାଦୀମାନେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା । 

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣି ଅଶାନ୍ତ ହୋଇଉଠିଛି ମଣିପୁର । ପଶ୍ଚିମ ଇମ୍ଫାଲ,ପୂର୍ବ            ଇମ୍ପାଲ,ଜିରିବାମ,କାଙ୍ଗପୋକପାଇ ଓ ବିଷ୍ଣୁପୁରରେ ଆଫସା ଲାଗୁ କରାଯାଇଛି । ୨୦୨୩ ମେ ମାସରୁ ୨ ଗୋଷ୍ଠୀର ସଂଘର୍ଷ ଯୋଗୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଘଟଣା ଥମିବାର ନାଁ ନେଉନି । ଏଥିପାଇଁ ୨୩୭ ଜଣଙ୍କ ଜୀବନ ଯାଇଥିବାବେଳେ ୬୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । କିଛି ଦିନ ପୂର୍ବରୁ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । 

 

  • manipur
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.