ଭୁବନେଶ୍ୱର ୧୬।୧୧ : ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳଙ୍କ ସହ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସିଙ୍ଗାପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱର ନିବେଶକଙ୍କ ପ୍ରଥମ ପସନ୍ଦ ହେବ ଆମ ରାଜ୍ୟ । ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ, ଓଡିଶା ନିବେଶ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଓଡିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ଆମେ ଚେଷ୍ଟା କରିବୁ । ସିଙ୍ଗାପୁରର କେମିକାଲ, ଗ୍ରୀନ୍ ଏନର୍ଜି, ବସ୍ତ୍ର ନିର୍ମାଣ, ଜାହାଜ ନିର୍ମାଣ, ଲଜିଷ୍ଟିକ୍, ଇଲେକ୍ଟ୍ରୋନିକ୍ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ଆମେ ସେହି କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ । ଓଡିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ, ସମ୍ବଳ ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ଆମେ ସେଠାରେ ଜଣାଇବୁ ।