ନୂଆପଡାରେ ରଥାରୁଢ଼ ହେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା : ଅଦିନିଆ ରଥଯାତ୍ରାକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 16, 2024 IST

ନୂଆପଡ଼ା ୧୬।୧୧: ଅଦିନରେ ରଥାରୁଢ଼ ହେଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ଗୋଟିଏ ରଥରେ ତିନି ଦିଅଁଙ୍କୁ ବିରାଜମାନ କରିବା ସହ ଶତାଧିକ ମହିଳା ପୁରୁଷ ଦଉଡି ଧରି ଟାଣି ନେଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ଥାନା ପାଣ୍ଡେଲବାହାଳୀ ଗାଁରେ । 

ଦୀର୍ଘ ୨୪ ବର୍ଷ ଧରି କୋନାବିରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲିଯାତ୍ରା କରିବା ସହ ରଥ ଟାଣୁଛନ୍ତି ଲୋକେ । ଏବେ ସେହି ଗାଁଟି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ବୁଡି ଯାଇଛି । କିଛି ପରିବାର ଏବେ ବି ଅନ୍ୟତ୍ର ନଯାଇ ପାଖରେ ଥିବା ପାଣ୍ଡେଲବାହାଳୀ ଗାଁ ଅଞ୍ଚଳରେ ବିସ୍ଥାପିତ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ଅନ୍ୟ ବର୍ଷ ଭଳି ବାଲିଯାତ୍ରା ଅବସରରେ ତିନି ଦିଅଁଙ୍କୁ ରଥାରୁଢ଼ କରିବା ସହ ରଥ ଟାଣୁଥିବା ଦେଖିବାକୁ ମିଳିଛି । ତେବେ ଅଦିନିଆ ରଥଯାତ୍ରାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସେପଟେ ଆୟୋଜକ କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ଏଭଳି ବାଲିଯାତ୍ରା କରିଆସୁଛୁ ।

You Can Read:

ଓଡିଶାରେ ହାଇଦ୍ରାବାଦ ପୋଲିସ, ଖତ ଗଦାରୁ ମିଳିଲା ବିଡା ବିଡା ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.