କଲରାପତରିଆ ବାଘ ଛାଲ ସହ ନଖ ଜବତ, ୫ ଜଣଙ୍କୁ ବାନ୍ଧିଲା ବନ ବିଭାଗ

Published By : Prameya-News7 Bureau | October 18, 2024 IST

ନୂଆପଡା ୧୮।୧୦: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା । କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ, କିଛି ପକ୍ଷୀଙ୍କ ପର ଜବତ ହୋଇଛି । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ, ଧନୁତୀର ଜବତ କରାଯାଇଛି । ଏ ନେଇ ଖଡ଼ିଆଳ DFO ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ଏକ ବିଶେଷ ସୂତ୍ରରୁ ଖବର ପାଇ ଡିଏଫଓଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଖଡ଼ିଆଳ ରେଞ୍ଜ ଦାବ୍ରି ଗାଁରେ ୧୬ ତାରିଖ ସକାଳେ ଚଢାଉ କରିଥିଲେ । ତିନୋଟି ଘର ଉପରେ ଚଢାଉ କରି ବାଘ ଛାଲ, ନଖ, ସମ୍ବର ଶିଙ୍ଘ, ହାଇନା ଦାନ୍ତ ସହ ଦେଶୀ ବନ୍ଧୁକ, ଧନୁ ତୀରକୁ ଜବତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରିଥିଲେ । ତଦନ୍ତରେ ଅଭିଯୁକ୍ତ ମାନେ ଦୋଷ ସ୍ବୀକାର କରିଥିବା ବେଳେ ଗତ ଦୁଇ ବର୍ଷ ତଳେ ଏହି କାଣ୍ଡ ଘଟାଇଥିବା ଜଣାଇଛନ୍ତି । ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଶୁକ୍ରବାର ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସମସ୍ତେ ଦାବ୍ରି ଗାଁର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଖଡ଼ିଆଳ DFO କହିଛନ୍ତି ।

You Can Read:

ଘରୋଇ ହସ୍ପିଟାଲରେ କିଡ଼ନୀ ଚୋରି ଅଭିଯୋଗ, ମଶାଣି ଖୋଳି କଫିନରୁ ବାହାରିଲା ମୃତଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.