ଛତିଶଗଡ ସୀମାନ୍ତରେ SOGର କମ୍ବିଂ ଅପରେସନ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Published By : Prameya-News7 Bureau | November 21, 2024 IST

ନୂଆପଡା ୨୧/୧୧: କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ।ରାସନ ସାମଗ୍ରୀ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଛତିଶଗଡ ସୀମାନ୍ତରେ ମାଓ କ୍ୟାମ୍ପ କରି ଲୁଚିଥିଲେ ମାଓବାଦୀ । କୌଣସି ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲାର ୫ଟି SOG ଟିମ୍‌ ସହ ଛତିଶଗଡ ଯବାନ କରିଥିଲେ କମ୍ବିଂ ଅପରେସନ । ଏଥିରେ ନୂଆପଡା,ନବରଙ୍ଗପୁର ସହ ଗରିଆବନ୍ଧର ଯବାନ ସାମିଲ ଥିଲେ । ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସେଠାରୁ ଗୋଟିଏ ବନ୍ଧୁକ ସହ ରାସନ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେବି ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ନୂଆପଡା ଏସ୍‌ପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.