ମାଲକାନଗିରି/ ନୂଆପଡ଼ା ୨୩।୦୧ : ସରିଲା ସର୍ଚ୍ଚ ଅପରେସନ। ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଚାଲିଥିବା ମାଓଦମନ ଅଭିଯୋଗ ଶେଷ ହୋଇଛି । ସର୍ଚ୍ଚ ଅପରେସନ ପରେ ବାହୁଡିଲେ ଯବାନ । ୪ ଦିନ ଧରି ଚାଲିଥିବା ଅପରେସନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଯେଉଁଥିରେ ଟପ୍ ମାଓ କମାଣ୍ଡର ଜୟରାମ ମଧ୍ୟ ରହିଥିଲେ। ସୁରକ୍ଷାବାହିନୀଙ୍କ ଏହି ଅପରେସନ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ନୂଆପଡ଼ା ଜିଲ୍ଲା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଅଞ୍ଚଳରେ ଯବାନଙ୍କ ଗୁଳିରେ ୨୭ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ନିହତ ମାଓବାଦୀଙ୍କ ମୃତଦେହ ଠାବ ହୋଇନଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଛତିଶଗଡ଼ ରାଜ୍ୟରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର ହୋଇଥିଲା। ଏହି ଅଭିଯାନରେ ସୁରକ୍ଷା ବାହିନୀ ୮୦ରୁ ଅଧିକ ମାଓବାଦୀଙ୍କୁ ନିପାତ ହୋଇଥିଲେ । ଛତିଶଗଡ଼ ରାଜ୍ୟର ମାଓବାଦୀମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶା ମୁହାଁ ହୋଇଥିଲେ। ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ମେଳି ବାନ୍ଧୁଥିଲେ। ଗତ ରବିବାର ରାତିରେ ସୀମାନ୍ତରେ ଓଡ଼ିଶା ଏବଂ ଛତିଶଗଡ଼ ପୁଲିସ ପକ୍ଷରୁ ମିଳିତ ଭାବେ ମାଓ ବିରୋଧି କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ନୂଆପଡ଼ା ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ ଗ୍ରୁପ (ଏସଓଜି), ୨ଟି ଛତିଶଗଡ଼ ରାଜ୍ୟର ସ୍ୱତନ୍ତ୍ର ପୁଲିସ ଟିମ(ଇ-୩୦) ଓ ୫ଟି ସିଆରପିଏଫ ଟିମ ସମେତ ୧୦ଟି ସୁରକ୍ଷା ବାହିନୀ ଟିମ ଅପରେସନରେ ସାମିଲ ହୋଇଥିଲା ।
ମା'ଙ୍କ ଚିକିତ୍ସା ପାଇଁ ଚୋରି ନିଷ୍ପତ୍ତି ନେଇଥିଲା ସୈଫ୍ଙ୍କ ଆକ୍ରମଣକରୀ, ଧନୀ ଲୋକଙ୍କୁ ଲୁଟିବାର ଥିଲା ଯୋଜନା