ନୂଆପଡା ୦୪/୧: ବୋଡେନ ରେଞ୍ଜ ବାଗବାହାଲ ଗାଁରେ କଲରାପତରିଆ ବାଘ ଆତଙ୍କ । ଗୁହାଳରେ ପଶି ୧୦ଟି ମେଣ୍ଢାକୁ ଝାମ୍ପି ନେଇ ମାରିଦେଇଛି କଲରାପତରିଆ । ୮ଟି ଛେଳିକୁ ଖଣ୍ଡିଆ ଖାବରା କରି ଗୁରୁତର କରିଛି । ଗୁହାଳ ବାହାରେ ପଡିଛି ମେଣ୍ଢା ମାନଙ୍କ ମୃତଦେହ । ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଗାଁରେ ଡେରା ପକାଇଛି ବନ ବିଭାଗ । ରାତିର ଅନ୍ଧକାର ସହ ଘର ଠାରୁ ଗୁହାଳ ଦୁରରେ ଥିବାରୁ ବାଘ ଆସିବା କଥା କେହି ଟେର୍ ପାଇନଥିଲେ । ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି ବନବିଭାଗ । ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍...
