ବାରହା ଜାଲରେ ପଡିଗଲା କଲରାପତରିଆ, ମାଂସ ଖାଇଗଲେ ମଣିଷ !

Published By : Prameya-News7 Bureau | November 19, 2024 IST

ନୂଆପଡା ୧୯।୧୧: ବାରହା ପାଇଁ ବିଛାଇଥିଲେ ଜାଲ, ପଡିଗଲା କଲରାପତରିଆ ବାଘ । ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଦେଓଦର୍ହା ଗାଁରେ ଘଟିଛି ଏଭଳି ଘଟଣା । ବାଘକୁ ମାରି ମାଂସ ଖାଇଯାଇଥିବା ଅନୁମାନ ।

ତେବେ ବାଘର ମୃତ୍ୟୁ ନେଇ ଖବର ପାଇବା ପରେ ନୂଆପଡା ବନ ବିଭାଗ ପକ୍ଷରୁ ଚାରୋଟି ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ସୁନାବେଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଦେଓଦର୍ହା ଗାଁରେ ଚଢ଼ାଉ କରିଥିଲେ । ବାଘର ମୁଣ୍ଡ ସହ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାଘର କିଛି ଅଂଶ ନଥିବା ସୂଚନା ମିଳିଥିଲା । ବାଘକୁ ମାରି ମାଂସ ଖାଇଯାଇଥିବା ଅନୁମାନ କରାଯାଉଛି । ଏ ଘଟଣାରେ ଦୁଇ ଜଣକୁ ଗିରଫ କରିଛି କୋମନା ବନ ବିଭାଗ ।

You Can Read:

ଯାଜପୁର ରୋଡ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ମାଆ ମୃତ,ପୁଅ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.