ଯାଜପୁର ୧୯/୧୧: ପୁଅ ଆଗରେ ଚାଲିଗଲା ମାଆ । ଗୁରୁତର ପୁଅ ହସ୍ପିଟାଲରେ ଭର୍ତ୍ତି । ଯାଜପୁର ରୋଡ୍ ଥାନା ଚୋରଦା ବାଇପାସ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଧକ୍କାରେ ମାଆର ମୃତ୍ୟୁ ହୋଇଥିବାବେଳେ ପୁଅ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ଅଞ୍ଚଳର ମୋନାଲିସା ପଣ୍ଡା, ପୁଅ ଦେବାଶିଷଙ୍କ ସହ ବାଇକରେ ବଜାରକୁ ଯାଉଥିବା ସମୟରେ ଘରୋଇ କାରଖାନାର ଏକ ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମୋନାଲିସାଙ୍କର ମୃତ୍ୟୁ ହୋଇଯାଇଥିଲା । ଦେବାଶିଷ ଆହତ ହୋଇଛନ୍ତି । ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଦେବାଶିଷ ।