ମନ୍ତ୍ରୀଙ୍କ ଗସ୍ତ ପରେ ଆକ୍ସନ ମୋଡ୍‌ରେ ଯୋଗାଣ ବିଭାଗ : ରାଇସ୍ ମିଲ୍‌ରୁ ଜବତ କଲା ୫ଶହ କ୍ୱିଣ୍ଟାଲରୁ ଅଧିକ ଧାନ

Published By : Prameya-News7 Bureau | November 20, 2024 IST

ନୂଆପଡ଼ା ୨୦।୧୧: ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆପଡା ଗସ୍ତ ପରେ ଆକ୍ସନ ମୋଡ଼କୁ ଆସିଛି ନୂଆପଡା ଜିଲ୍ଲା ଯୋଗାଣ ବିଭାଗ । ମଙ୍ଗଳବାର ରାତିରେ ସଦର ବ୍ଲକ ବଲୋଦା ସ୍ଥିତ ଅନ୍ନପୂର୍ଣ୍ଣା ରାଇସ୍ ମିଲ୍‌ରେ ଯୋଗାଣ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ପ୍ରାୟ ୬ ଶହ ପ୍ୟାକେଟ୍ ନୂଆ ଧାନ ମିଳିଥିଲା । ଯାହା ୫ ଶହ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । 

ପୂର୍ବ ଋତୁରେ ନେଇଥିବା ଧାନ ବଦଳରେ ଦେବାକୁ ଥିବା ସମସ୍ତ ଚାଉଳ ମାସେ ଆଗରୁ ଦେଇଥିବା ବେଳେ ରାଇସ୍ ମିଲ୍‌ରେ ଧାନ ରହିବା କଥା ନୁହେଁ । ହେଲେ ମିଲ୍‌ରେ ବେଆଇନ ଭାବେ ଗଚ୍ଛିତ ରହିଥିଲା ଧାନ । ଯାହାକୁ ଜିଲ୍ଲା ଯୋଗାଣ ବିଭାଗ ସିଜ୍ କରିବା ସହ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । 

You Can Read:

ପୁଣି ଲଜ୍ଜା ,ଦୁଷ୍କର୍ମର ଶିକାର ଶିଶୁକନ୍ୟା ଶିଶୁଭବନରେ ଭର୍ତ୍ତି ,ଅଭିଯୁକ୍ତ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.