ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ତ୍ରିଶୁଳିଆରୁ ଧରାପଡିଲା ଅଭିଯୁକ୍ତ, ପୀଡ଼ିତା SCB ସ୍ଥାନାନ୍ତର

Published By : Prameya-News7 Bureau | November 20, 2024 IST

ବାରଙ୍ଗ ୨୦/୧୧: ବାରଙ୍ଗରେ ନାବାଳିକାକୁ ଦୁଷ୍କର୍ମ ମାମଲା । ଧରାପଡିଲା ଅଭିଯୁକ୍ତ । ତ୍ରିଶୁଳିଆରୁ ଦୁଷ୍କର୍ମକାରୀକୁ ବାନ୍ଧିଲା ବାରଙ୍ଗ ଥାନା ପୋଲିସ । ପୂର୍ବରୁ ପୀଡିତାଙ୍କ ପରିବାରକୁ ଜାଣିଥିଲା ଅଭିଯୁକ୍ତ । ଘଟଣାର ଛାନଭିନ ପରେ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।  

ତ୍ରିଶୁଳିଆ ସ୍ଥିତ ବେଲଗଛିଆ ଅଞ୍ଚଳର ନାବାଳିକା । ବୟସ ମାତ୍ର ୮ ବର୍ଷ । ବାପା-ମାଆ ସ୍ଥାନୀୟ ଇଟାଭାଟିରେ କାମ କରନ୍ତି ।ମଙ୍ଗଳବାର ଅପରାହ୍ନ ସମୟ । ଘରେ  ଏକୁଟିଆ ଥିଲେ ଶିଶୁ କନ୍ୟା । ଯାହାର ସୁଯୋଗ ନେଇଥିଲା ଅଭିଯୁକ୍ତ । ଦୁଷ୍କର୍ମ କରିଥିବା ବ୍ୟକ୍ତି କୌଣସି ଅଜଣା ବ୍ୟକ୍ତି ନୁହେଁ । ପୀଡିତାଙ୍କ ପରିବାରର ବେଶ ଜଣାଶୁଣା । ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ସହ ଅଚେତ ଅବସ୍ଥାରେ ଛାଡି ପଳାଇଥିଲା। ଖବର ପରିବାର ଲୋକ ଜାଣିବା ପରେ ଥାନାରେ ପହଞ୍ଚିଥିଲା ମାମଲା । ପ୍ରଥମେ ଶିଶୁ କନ୍ୟାକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ  ଶିଶୁ କନ୍ୟାକୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।  ।   

ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । କଠୋର ଦଣ୍ଡବିଧାନ ସତ୍ତ୍ବେ ଥମୁନି ଦୁଷ୍କର୍ମ ମାମଲା । ଅପରାଧୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଉଛନ୍ତି କୋମଳମତି ଶିଶୁ । ଏବେ ବଡ ପ୍ରଶ୍ନ ଏହି କୋମଳମତି ପିଲାଙ୍କୁ ସୁରକ୍ଷା ଦେବ କିଏ ? ଏ ସମାଜରୁ ଏ କଳଙ୍କକୁ କେମିତି ଦୁର କରାଯାଇପାରିବ ?

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.