କନର୍ସଟ ପୂର୍ବରୁ ଦିଲଜିତଙ୍କୁ ବଡ ଝଟକା, ତେଲେଙ୍ଗାନା ସରକାର ପଠାଇଲେ ନୋଟିସ୍

Published By : Prameya-News7 Bureau | November 15, 2024 IST

ମୁମ୍ଵାଇ ୧୫।୧୧; ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ। ଦିଲ୍-ଲୁମିନିଟି କନ୍ସର୍ଟରକୁ ନେଇ କୁବ୍‌ ଚର୍ଚ୍ଚା ହେଉଛି । ଦିଲ୍ଲୀ, ଜୟପୁର ପରେ ହାଇଦ୍ରାବାଦରେ ହେଵାକୁ ଯାଉଛି କନର୍ସଟ । ହେଲେ ତାହା ପୂର୍ବରୁ ଗାୟକଙ୍କୁ ବଡ ଝଟକା ଲାଗିଛି। ତେଲାଙ୍ଗାନା ସରକାର ଆଜି ଦିଲଜିତ ଦୋସାଞ୍ଜଙ୍କ ଇଭେଣ୍ଟ ଆୟୋଜକମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଳି ଗୀତ ପରିବେଷଣରୁ ଦୂରେଇ ରହିବାକୁ ସେମାନଙ୍କୁ ନୋଟିସ୍ ଦିଆଯାଇଛି।  

ଦିଲଜିତ ଦୋସାଞ୍ଜଙ୍କ କିଛି ସଙ୍ଗୀତ ପରିବେଷଣର ଭିଡିଓ ପୋଷ୍ଟ କରିବା ପରେ ତେଲାଙ୍ଗାନା ସରକାର ନୋଟିସ୍ ଜାରି କରିଛନ୍ତି। ହାଇଦ୍ରାବାଦରେ ଦିଲଜିତଙ୍କ କାର୍ଯ୍ୟକ୍ରମ ଥିବାବେଳେ ତେଲାଙ୍ଗାନା ସରକାର ଏପରି ନୋଟିସ୍ ପଠାଇଛନ୍ତି। ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଳି ସଂଗୀତ ପରିବେଷଣରୁ ଦୂରେଇ ରହିବା ସହ ଲାଇଭ୍ ଶୋ' ସମୟରେ ଛୋଟ ପିଲାଙ୍କୁ ଷ୍ଟେଜରେ ବ୍ୟବହାର ନକରିବା ଏବଂ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ନ ବଜାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରଙ୍ଗା ରେଡ୍ଡୀ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ଏବଂ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ନୋଟିସ୍ ଜାରି କହାଯାଇଛି। ନୋଟିସରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୧୩ ବର୍ଷରୁ କମ୍ ପିଲାମାନେ ୧୨୦ ଡେସିବଲରୁ ଅଧିକ ସାଉଣ୍ଡରୁ ଦୂରେଇ ରହିବା ଉଚିତ୍। ତେଣୁ ଲାଇଭ୍ ଶୋ ସମୟରେ ଏଥିପ୍ରତି ଆୟୋଜକଙ୍କୁ ଧ୍ୟାନ ଦେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.