ଜୁହି ଚାୱଲାଙ୍କଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ, ଅଭିନେତ୍ରୀଙ୍କ ବାପା ପାଇଁ ଭାଙ୍ଗିଯାଇଥିଲା ସମ୍ପର୍କ

Published By : Prameya-News7 Bureau | November 14, 2024 IST

ମୁମ୍ଵାଇ ୧୪।୧୧; ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଜୁହି ଚାୱଲା । ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ଜୁହି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପାଇଁ ଲୋକଙ୍କ କ୍ରେଜ୍ ଏତେ ଥିଲା ଯେ ତାଙ୍କ ପୋଷ୍ଟର ଗୁଡିକ ଘରର ରୁମ୍‌ରେ ଲାଗୁଥିଲା । ଏତିକି ନୁହେଁ ସଲମାନ ଖାନ ମଧ୍ୟ ଅଭିନେତ୍ରୀଙ୍କୁ ଦେଖିବା ପରେ ହୃଦୟ ଦେଇ ବସିଥିଲେ। ସଲମାନ ଏବଂ ଜୁହି ବହୁତ ଭଲ ବନ୍ଧୁ ଥିଲେ । ଅଭିନେତା ନିଜେ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ ଜୁହିଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଅଛି। ସେ ମଧ୍ୟ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ।

ସଲମାନ ମଧ୍ୟ ଜୁହିଙ୍କ ପିତାଙ୍କ ନିକଟକୁ ଯାଇ ବିବାହ କରିବାକୁ ପ୍ରସ୍ତାବ ମାଗିଥିଲେ। କିନ୍ତୁ ସେତେବେଳେ ସଲମାନଙ୍କ ପାଖରେ ଅଧିକ ଟଙ୍କା ନଥିଲା। ଆର୍ଥିକ ଦୃଷ୍ଟିରୁ ସେତେ ଦୃଢ ନଥିଲେ। ଏହି କାରଣରୁ ଜୁହିଙ୍କ ପିତା ସଲମାନଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହି କାରଣରୁ, ସଲମାନ ଏବଂ ଜୁହିଙ୍କ ସମ୍ପର୍କ ବନ୍ଧୁତା ଆଗକୁ  ବଢିପାରି ନଥିଲା ଏବଂ ସଲମାନଙ୍କ ହୃଦୟ ଭାଙ୍ଗିଯାଇଥିଲା। ଏହା ବ୍ୟତୀତ ଜୁହି ଏବଂ ସଲମାନଙ୍କ କ୍ୟାରିୟର ଗ୍ରାଫ୍ ମଧ୍ୟ ବିଭିନ୍ନ ଦିଗକୁ ଚାଲିଯାଇଥିଲା । ଉଭୟ ନିଜ ନିଜ କ୍ୟାରିଅରରେ ସଫଳତା ହାସଲ କଲେ। 

ଜୁହିଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ନେଇ ସଭିଏଁ ଦିୱାନା । ଜୁହି ଚାୱଲା ୧୯୮୮ ମସିହାରେ କୟାମତ୍ ସେ କୟାମତ ତକ୍‌ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟି ବଡ଼ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଏହା ପରେ ଜୁହି ତାଙ୍କ ଠାରୁ ୫ ବର୍ଷ ବଡ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ।

ଏଭଳି ପରିସ୍ଥିତିରେ ଦୁହେଁ ସଂପୂର୍ଣ୍ଣ ଏକୁଟିଆ ଥିଲେ ଏବଂ ସେହି ସମୟ ମଧ୍ୟରେ ଦୁହେଁ ପରସ୍ପରର ସାହାର ହୋଇଥିଲେ । ଏହା ପରେ ଜୁହି ଏବଂ ଜୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା । ୧୯୯୫ରେ ଦୁହେଁ ସିକ୍ରେଟ୍‌ଲି ବିବାହ କରିଥିଲେ। ସେ ତାଙ୍କ ବିବାହକୁ ଗଣମାଧ୍ୟମରୁ ଲୁଚାଇ ରଖିଥିଲେ । ଯାହା ତାଙ୍କ କାମ ଉପରେ ପ୍ରଭାବ ପକାଇବ ନାହିଁ। ଜୁହି ଚାୱଲା ସ୍ୱାମୀ ଜୟ ମେହେଟ୍ଟାଙ୍କ ଦ୍ୱିତୀୟ ପତ୍ନୀ। ଜୟ ମେହେଟ୍ଟା ପ୍ରଥମେ ସୁଜତା ବିର୍ଲାଙ୍କୁ ବିବାହ କରିଥିଲେ। ୧୯୯୦ରେ ବେଙ୍ଗାଲୁରୁର ବିମାନ ଦୁର୍ଘଟଣାରେ ସୁଜାତା ବିର୍ଲାଙ୍କର ମୃତ୍ୟୁ ହୋଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.