୭ ବର୍ଷ ପରେ ସାଉଥରେ ଅଭିନୟର ସୁଯୋଗ ପାଇଲେ ନୋରା, କହିଲେ-ବହୁତ ଖୁସି ଅଛି...

Published By : Prameya-News7 Bureau | November 14, 2024 IST

ମୁମ୍ଵାଇ ୧୪।୧୧: ସାଉଥ ଅଭିନେତା ବରୁଣ ତେଜ । ତେଲୁଗୁ ଫିଲ୍ମ ‘ମଟ୍‌କା’ରେ ବରୁଣଙ୍କ ସହ ସ୍କ୍ରିନ୍‌  ସେୟାର କରିବେ ନୋରା ଫତେହି। ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସେ ଫିଲ୍ମ ବିଷୟରେ ଅନେକ  କଥା ସେୟାର କରିଛନ୍ତି । ଫିଲ୍ମ ସୁଟିଂ ସମୟରେ ସେ   ଆହତ ହୋଇଥିଲେ । ତଥାପି ସୁଟିଂ ଜାରି ରଖିଥିଲେ ।  ଏ ବିଷୟରେ ନୋରା କହିଛନ୍ତି, ଦୀର୍ଘ ୭ ବର୍ଷ ପରେ ତେଲୁଗୁ ଫିଲ୍ମରେ ଅଭିନୟର ସୁଯୋଗ ମିଳିଛି । ତେଣୁ ଆହତ ଯୋଗୁ ସୁଟିଂ ଅଟକାଇବାକୁ ଚାହୁଁନଥିଲେ ।  

ଫିଲ୍ମଟି ତେଲୁଗୁ ସମେତ ହିନ୍ଦୀ, ତାମିଲ, କନ୍ନଡ଼ ଓ  ମାଲାୟାଲମ୍‌ରେ ମୁକ୍ତିଲାଭ କରିବ । ‘ମଟ୍‌କା’ରେ ନୋରା ସୋଫିଆ ଭୂମିକାରେ ଅଭିନୟ  କରିଛନ୍ତି, ଯିଏକି ଜଣେ କ୍ୟାବ୍‌ରେ ଡ୍ୟାନ୍ସର । ଫିଲ୍ମରେ ନୋରାଙ୍କର ଅଲଗା ଲୁକ୍‌ ଦେଖିବାକୁ  ମିଳିବ । ତେଲୁଗୁ ଭାଷାରେ କଥା ହେବା ତାଙ୍କ ପାଇଁ ସବୁଠୁ ମୁସ୍କିଲ ଥିଲା । ନିର୍ଦ୍ଦେଶକ ତାଙ୍କ ଚରିତ୍ର ଓ ଭାଷା ଉପରେ ବହୁତ କାମ କରିଛନ୍ତି । ପ୍ରଥମ ଦିନ ବରୁଣଙ୍କ ସହ ତାଙ୍କର ସୁଟିଂ ଥିଲା । ଡାଇଲଗ୍‌ ଏତେ ଲମ୍ବା ଥିଲା ଯେ ସେ ରାତିସାରା ଶୋଇପାରି ନଥିଲେ । ଏକ ଗୀତ ଜରିଆରେ ଫିଲ୍ମରେ ନୋରାଙ୍କ ଏଣ୍ଟ୍ରି ହୋଇଛି । 

ସେଇ  ଗୀତ ସୁଟିଂ ସମୟରେ ସେ ଆହତ  ହୋଇଥିଲେ । କିନ୍ତୁ ଫିଲ୍ମର ସୁଟିଂ ୫ ଦିନରେ ଶେଷ କରିବାର ଥିଲା । ତେଣୁ ଯନ୍ତ୍ରଣାକୁ ଖାତିର ନ କରି ସେ ସୁଟିଂ ଜାରି  ରଖିଲେ । ଜଣେ ଅଭିନେତ୍ରୀ ଭାବେ ଫିଲ୍ମରେ କାମ କରିବା ତାଙ୍କ ପାଇଁ ଏକ  ଭିନ୍ନ ଯାତ୍ରା ବୋଲି ନୋରା କହିଛନ୍ତି। ଦୀର୍ଘ ୭ ବର୍ଷ ହେଲା  ନୋରା ତେଲୁଗୁ  ଇଣ୍ଡଷ୍ଟ୍ରିରେ କାମ  କରିଆସୁଛନ୍ତି । ଅନେକ ଗୀତରେ ସେ  ନୃତ୍ୟ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର  ଜୁନିୟର ଏନ୍‌ଟିଆରଙ୍କ ଫିଲ୍ମ ‘ଟେମ୍ପର୍‌’ର  ଗୀତରେ ସେ ନଜର ଆସିଥିଲେ ।  ପୂର୍ବରୁ ବରୁଣ ତେଜଙ୍କ ଫିଲ୍ମରେ ଏକ ଗୀତରେ ଅଭିନୟ କରିଥିଲେ । ଏବେ ତାଙ୍କ ସହ ଫିଲ୍ମରେ କାମ କରିବାର ସୁଯୋଗ ପାଇଁ ନୋରା ଖୁବ୍‌ ଖୁସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.