ନୂଆଦିଲ୍ଲୀ ୦୧।୦୧: ଫିଲ୍ମ ଇଣ୍ଡଷ୍ଟ୍ରି । କାହା ପାଇଁ ଲକି ତ ଆଉ କାହା ପାଇଁ ସାବ୍ୟସ୍ତ ହୁଏ ଅନଲକି । କିଛି କଳାକାର ସୁପରଷ୍ଟାର ହୋଇଛନ୍ତି ତ ଆଉ ଅନେକଙ୍କର ଭାଗ୍ୟ ଦେଇନଥିଲା ସାଥ୍ । ସେମାନଙ୍କ ଉପରେ ଲାଗିଥିଲା ଫ୍ଲପ୍ ଷ୍ଟାରର ଟ୍ୟାଗ । ଏହାପରେ ଷ୍ଟାର୍ମାନେ କୁଆଡେ ହଜିଯାଆନ୍ତି । କିନ୍ତୁ ଏପରି ଜଣେ ଅଭିନେତା ବା ଷ୍ଟାର ଅଛନ୍ତି ଯାହାଙ୍କୁ କୁହାଯାଉଥିଲା ବଲିଉଡର ପରବର୍ତ୍ତୀ ସୁପରଷ୍ଟାର ।
ଏଥିପାଇଁ ଫ୍ଲପ୍ ଡେବ୍ୟୁ ପରେ ମଧ୍ୟ ତାଙ୍କୁ ଦିଆଯାଇଥିଲା ଅନେକ ସୁଯୋଗ । ସେ ଏହାର ସୁଯୋଗ ମଧ୍ୟ ନେଇଥିଲେ । ଶାହାରୁଖଙ୍କ ସହ ଏକ ଫିଲ୍ମ ତାଙ୍କର ଭାଗ୍ୟ ବଦଳାଇ ଦେଇଥିଲା । କିନ୍ତୁ ଏହି ଫିଲ୍ମ ପରେ ତାଙ୍କର ଅନେକ ଫିଲ୍ମ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଏହାର କିଛି ଦିନ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କହିଥିଲେ ଅଲ୍ବିଦା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫ୍ଲପ୍ କ୍ୟାରିୟର ସତ୍ତ୍ବେ ସେ ଅଲୁ ଅର୍ଜୁନ, ରଣବୀର କପୁର ଏବଂ ପ୍ରଭାସଙ୍କ ଅପେକ୍ଷା ଅଧିକ ଧନୀ ଅଟନ୍ତି ।
ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ହ୍ରିତିକ୍ ରୋସନ୍ଙ୍କ ଏକ୍ସ ଓ୍ବାଇଫ୍ ତଥା ସୁଜେନ ଖାନ୍ଙ୍କ ଭାଇ । ଆକ୍ଟର ଜାୟଦ ଖାନ୍ । ସେ ହେଉଛନ୍ତି ଦିଗ୍ଗଜ ଅଭିନେତା ସଞ୍ଜୟ ଖାନ୍ଙ୍କ ପୁଅ । ଫିଲ୍ମ ପରିବାରୁ ଆସୁଥିବା ଜାୟଦ ୨୦୦୩ରେ ଚୁରାଲିୟା ହେ ତୁମନେ ଫିଲ୍ମରେ ନିଜର ବଲିଉଡ୍ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କର ଏହି ଫିଲ୍ମ ଫ୍ଲପ୍ ହୋଇଥିଲା । ଏହାର ବର୍ଷକ ପରେ ସେ ଶାହରୁଖ ଖାନଙ୍କ ସହ ଫିଲ୍ମ ମେ ହୁଁ ନାରେ ଭାଇ ଭୂମିକାରେ ଅଭିନୟ କରିଥିଲେ ।
ଫିଲ୍ମର ସଫଳତା ତାଙ୍କ କ୍ୟାରିଅରକୁ ଚମକାଇଥିଲା । ଫିଲ୍ମ ପରେ ଜାୟଦ ଅନେକ ଫିଲ୍ମ କରିଥିଲେ । ସେ ମଲ୍ଟି ଷ୍ଟାରର୍ ଏବଂ ସୋଲୋ ଲିଡରେ ବାରମ୍ବାର ଦେଖାଯାଉଥିବା ଚେହେରା ହୋଇ ଯାଇଥିଲେ । କିନ୍ତୁ ସଫଳତା ହାସଲ କରିବାରେ ତାଙ୍କର ଭାଗ୍ୟ ଦେଇନଥିଲା ସାଥ୍ । ୨୦୦୫-୨୦୧୨ ଯାଏଁ ଜାୟଦଙ୍କ ଫାଇଟ କ୍ଲବ, ମିଶନ ଇସ୍ତାନବୁଲ ଶାଦି ନମ୍ବର-୧, ରକି ଏବଂ ତେଜ ଭଳି ଫିଲ୍ମ ଫ୍ଲପ ରହିଥିଲା ।
ତାଙ୍କର ଶେଷ ଫିଲ୍ମ ସରାଫତ୍ ଗୟୀ ତେଲ ଲେନ୍ ୨୦୧୫ରେ ଆସିଥିଲା । ଏହା ମଧ୍ୟ ବକ୍ସ ଅଫିସରେ ଡିଜାଷ୍ଟର ପ୍ରମାଣିତ ହୋଇଥିଲା । ଯେତେବେଳେ ଜାୟଦ ଫିଲ୍ମରେ ସଂଘର୍ଷ କରୁଥିଲେ, ସେତେବେଳେ ସେ ବ୍ୟବସାୟରେ ବିନିଯୋଗ ଆରମ୍ଭ କରିଥିଲେ । ସେ ତାଙ୍କର ବିଜନେସ୍ ମ୍ୟାନେଜମେଣ୍ଟ ଡିଗ୍ରୀକୁ ଭଲଭାବେ ବ୍ୟବହାରରେ କରିଥିଲେ ।
ସେ ଅନେକ ଷ୍ଟାର୍ଟଅପ୍ ଏବଂ ବ୍ୟବସାୟରେ ବିନିଯୋଗ କରିଥିଲେ । ୨୦୨୪ ମସିହାରେ ଜାୟଦଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୫୦୦ କୋଟି । ଏହି ସମ୍ପତ୍ତିକୁ ଦେଖିବାକୁ ଗଲେ ୫୫୦ କୋଟି ସହ ରଣବୀର କପୁର, ୪୦୦ କୋଟି ସହ ପ୍ରଭାସ, ୩୫୦ କୋଟି ଅଲୁ ଅର୍ଜୁନ ଏବଂ ରାମ ଚରଣଙ୍କର ୧୩୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ଏଥିପାଇଁ ସେ ଏହି ଆକ୍ଟରଙ୍କ ଠାରୁ ଜାୟଦ ଅଧିକ ଧନୀ ।