ଭୁବନେଶ୍ୱର ୧୫/୧୧ : ସୁପ୍ରିମକୋର୍ଟରୁ ସମ୍ବଲପୁର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପରେ ବିଜେପିକୁ ଘେରିଲା ବିଜେଡି । ଏହି ପ୍ରସଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ ତାତ୍ସଲ୍ୟ କରି କହିଛନ୍ତି ଯେ, ବ୍ରାହ୍ମଣ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । ଏମିତିକି କ୍ଷମତାର ଅହଙ୍କାରରେ ଭାସୁଛନ୍ତି ବିଜେପି ନେତା । ସୁପ୍ରିମକୋର୍ଟ ନିର୍ଦ୍ଦେଶ ବି ମାନନାହାନ୍ତି ।
ବିଜେଡି କହିଛି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ । ଏହାକୁ କୁହାଯାଏ କ୍ଷମତାର ଅଂହକାର । ଏପରି କହିଛନ୍ତି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ । ସେ କହିଛନ୍ତି ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକ ମାନେ ଆଇନଠୁ ଉର୍ଦ୍ଧ୍ୱରେ । ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତା ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା ।
ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ସରକାର ତାକୁ ଯଦି ଅନୁସରଣ କରନ୍ତି ଅର୍ଥ ବିଜେପିର ସମସ୍ତଙ୍କୁ ସୁରକ୍ଷା ଦିଅନ୍ତି । ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ । ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ପୋଲିସ ମାନିବା ଦରକାର ନା ନାହିଁ । ପୋଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବ ନାହିଁ । ସରକାର ଓ ଆଇନ କୁ କେହି ଡରିବେ ନାହିଁ ।