ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ

Published By : Prameya-News7 Bureau | November 14, 2024 IST

ଭୁବନେଶ୍ବର ୧୪।୧୧: ଆରମ୍ଭ ହେବାକୁ ଯାଉଥିବା ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ । ବିଜେଡି ବିଧାୟକ ଧ୍ରୁବ ସାହୁ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନ ବଢ଼ାଇ ଓଡିଶାବାସୀଙ୍କୁ ବୋନସ୍ ନାଁରେ ଲଲିପପ ଦେଉଛନ୍ତି ବିଜେପି ସରକାର । କେନ୍ଦ୍ର ସରକାର ବୋନସ୍ ନ ଦେବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିବା ସହ ତାଗିଦ କରିଥିଲେ । ବର୍ତ୍ତମାନ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ଅନୁମତିରେ ବୋନସ୍ ଦେଉଛନ୍ତି ନା କ’ଣ ସ୍ପଷ୍ଟ କରନ୍ତୁ । ଉତ୍ସବ ଖାଲି ପାଳନ କଲେ କ’ଣ ହେବ । ଲୋକ କିପରି ଠିକ୍‌ରେ ଧାନ ଦେଇ ପାରିବେ ଏବଂ କୌଣସି ଅସୁବିଧାର ସାମ୍ନା ନ କରିବେ   ତାହା ଦେଖନ୍ତୁ ସରକାର । 

ସେପଟେ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଜବାବ ଦେଇ କହିଛନ୍ତି, ୩୧୦୦ ଟଙ୍କା ଧାନର ମୂଲ୍ୟ ଦେଇ ବିଜେପି ସରକାର ଐତିହାସିକ କାର୍ଯ୍ୟ କରିବାକୁ ଯାଉଛନ୍ତି । ଚାଷୀ ବହୁତ ଖୁସି ଅଛନ୍ତି ସରକାର ଏଇ ନିଷ୍ପତ୍ତିକୁ ନେଇ । ତାଙ୍କ ସରକାର ସେହି ସୋହେଲାରେ ୧୦୦ ଟଙ୍କା ବୋନସ୍ ଦେବା ପାଇଁ ଘୋଷଣା କରିଥିଲେ ତାହା ଦେଲେ ନାହିଁ । ମିଛ କହି ତତ୍କାଳୀନ ସରକାର ପଳେଇ ଆସିଥିଲେ କିନ୍ତୁ ଆମ ସରକାର ସେହି ସୋହେଲାରେ ୮୦୦ ଟଙ୍କାର ବୋନସ୍ ଦେବାକୁ ଯାଉଛନ୍ତି । 

You Can Read:

ଆନ୍ତଃ ରାଜ୍ୟ ବିବାଦ ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି : ବିଜେଡି କହିଲେ- ଆଶା କରୁଛୁ ସମାଧାନ ପାଇଁ ଡବଲ ଇଞ୍ଜିନ ସରକାର କାମ କରିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.