ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ : ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର

Published By : Prameya-News7 Bureau | January 02, 2025 IST

ବଣାଇ ୨।୧: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣାରେ କାର୍ ଚାଳକଙ୍କ ମୃତ୍ୟୁ । ଜଣେ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ କ ରାସ୍ତାର କଳେଇପୋଷ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନ   ସମୟରେ ଏକ କାର କଳେଇପୋଷ ପଟୁ ବାହାଡାପୋଷ ଆଡକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ରାସ୍ତା ତଳକୁ ଖସି ଯାଇଥିଲା । ଯାହା ଫଳରେ କାର ଚାଳକ କିରଣ ମହାନ୍ତ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଦେବାଶିଷ ମହାନ୍ତ ଗୁରୁତର ହୋଇଥିବା ଜଣାପଡିଛି । ତେବେ ପଥଚାରୀ ମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଲହୁଣିପଡ଼ା ପୋଲିସ ସହିତ ଦମକଳବାହିନୀ କର୍ମଚାରୀ ପହଞ୍ଚି କାର ଭିତରୁ ଚାଳକକୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ  ଚିକିତ୍ସା ନିମନ୍ତେ ଲହୁଣୀପଡ଼ା ଡାକ୍ତରଖାନାକୁ ପଠାଯାଇଛି । ତେବେ ଦୁର୍ଘଟଣାଗ୍ରସ୍ତ କାର ଚାଳକଙ୍କ ଘର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ସରଦାପୁର ଗ୍ରାମର ହୋଇଥିବା ଜଣାପଡିଛି।

You Can Read:

ଶୁକ୍ରବାରଠୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ, ଡିସେମ୍ବର ୨୫ରୁ ଥିଲା ସ୍ଥଗିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.