କଟକରେ ବୁଲିବେ ପ୍ରବାସୀ ଭାରତୀୟ, ବନ୍ଦୋବସ୍ତ ତଦାରଖ କଲେ ନଗର ଉନ୍ନୟନ ମନ୍ତ୍ରୀ

Published By : Prameya-News7 Bureau | January 04, 2025 IST

କଟକ: ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ଵରରେ ହେବାକୁ ଥିବା ବେଳେ ପୁରୀ କୋଣାର୍କ ଓ କଟକ ବୁଲିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଯେହେତୁ ହଜାର ବର୍ଷର ସହର ସେଥିପାଇଁ କଟକ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ବୁଲିବାକୁ ଆସିବେ ପ୍ରବାସୀ ଭାରତୀୟ ମାନେ। ଏଥିପାଇଁ କିଭଳି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବନ୍ଦୋବସ୍ତ ଚାଲିଛି ତାହାର ତଦାରଖ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର । 

ଏହି ତଦାରଖ ବେଳେ ମନ୍ତ୍ରୀଙ୍କ ସହ ବାରବାଟି କଟକ, ସଦର କଟକ ବିଧାୟକ, ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । କଟକ ସହରର ସିଲଭର ସିଟି ବୋଟ କ୍ଳବ୍, କଟକ ଚଣ୍ଡୀ ଙ୍କ ମନ୍ଦିର , ବାରବାଟି ଦୁର୍ଗ ଭଳି ୮ ରୁ ୯ ଟି ପର୍ଯ୍ୟଟନ ସ୍ଥଳୀ କୁ ପ୍ରବାସୀ ଭାରତୀୟ ମାନେ ବୁଲିବାକୁ ଆସିବେ। କଟକରେ କିଭଳି ସୁରୁଖୁରୁରେ ବୁଲା ଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ କୁ ଦାୟିତ୍ୱ ଦିଆଯାଇଛି। ଯିବା ଆସିବା ପାଇଁ ମଧ୍ୟ କିଭଳି ସରଳିକରଣ କରାଯିବ ସେଥିପାଇଁ ଡବଲ ଡେକର ବସ୍ ବ୍ୟବହାର କରାଯିବ। ସେହିଭଳି କଟକରେ ସ୍ଵାଗତ ପାଇଁ ମଧ୍ୟ ସ୍ଵତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା କଥା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର।

Also read: ଜାନୁୟାରୀ ୬ରେ ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ, ଭର୍ଚୁଆଲ୍ ମୋଡରେ ଯୋଗଦେବେ ପ୍ରଧାନମନ୍ତ୍ରୀ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.