କଟକ: ବିଚ୍ ବଜାରରେ ନାବାଳିକାଙ୍କୁ ଛୁରାମାଡ଼। ଲହୁଲୁହାଣ ହେଲେ ନାବାଳିକା। ତାଙ୍କ ମୁଣ୍ଡ ଏବଂ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମାଣିକଘୋଷ ବଜାରରେ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ନାବାଳିକା ଜଣକ ରାସ୍ତାରେ ଛିଡ଼ା ହୋଇଥିଲେ। ହେଲେ ଏହି ସମୟରେ ଚୌଧୁରୀ ବଜାର ଅଞ୍ଚଳର ଜଣେ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।
ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀତ ଆଘାତ ଲାଗିଛି। ଘଟଣା ସ୍ଥଳରେ ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏକ ତରଫା ପ୍ରେମକୁ ନେଇ ଯୁବକ ଜଣକ ଏଭଳି ଆକ୍ରମଣ କରିଥିବା କଥା କହିଛନ୍ତି ନାବାଳିକାଙ୍କ ଦାଦା।