ବାଲିଗୁଡ଼ା ୭।୧: ରାଜଧାନୀରୁ ହାଇପ୍ରୋଫାଇଲ ଠକ ଗିରଫ ପରେ ହଂସିତାଙ୍କ ଲିଙ୍କ୍ ନେଇ ବାଲିଗୁଡାରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି l ହଂସିତାଙ୍କ ଶ୍ବଶୁରଙ୍କ ବାଲିଗୁଡା ଆଚାର୍ଯ୍ୟ କଲୋନୀ ସ୍ଥିତ ବାସଭବନରେ ଚଢ଼ାଉ ଜାରି ରଖିଛି ଭୁବନେଶ୍ୱର ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ୍ l ହଂସିତାଙ୍କ ଭୁବନେଶ୍ୱର ସ୍ଥିତ ତାରିଣୀ ବିହାର ଅଫିସରେ କମ୍ପାନୀର କାଗଜପତ୍ର ମିଳିବା ପରେ ଭୁବନେଶ୍ୱର ପୋଲିସ ଆୟକର ବିଭାଗକୁ ତଥ୍ୟ ପ୍ରଦାନ ପାଇଁ ସହାୟତା ଲୋଡ଼ିଥିବା ବିଶେଷ ସୂତ୍ରରୁ ଖବର ମିଳିଛି l ସୂଚନାଯୋଗ୍ୟ ଯେ, ବାଲିଗୁଡାର ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କୁ ଗତ ୨୦୨୦ ମସିହା ଜୁଲାଇ ମାସରେ ହଂସିତା ବିବାହ କରିଥିଲେ l ୨୦୧୯ ମସିହାର କଂଗ୍ରେସ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ହଂସିତା l ତେବେ ହଂସିତାଙ୍କ ଲିଙ୍କ୍ରେ ସ୍ୱାମୀ ESL ବୋକାରୋରେ ବହୁ ଠିକା କାର୍ଯ୍ୟ କରିଥିବା ତଥ୍ୟ ମଧ୍ୟ ହଂସିତାଙ୍କୁ ଜେରା ସମୟରେ ମିଳିଥିବା ସୂଚନା ମିଳିଛି l ଏପରିକି ଭୁବନେଶ୍ୱର ତାରିଣୀ ବିହାର ଠାରେ ଥିବା ଅଫିସରୁ ତାଙ୍କ କମ୍ପାନୀର ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ତଦନ୍ତକାରୀ ଟିମ୍ ହାତରେ ଲାଗିବା ପରେ ଅଧିକ ଖୋଡ଼ତାଡ଼ କରୁଛି ପୋଲିସ l ବର୍ତ୍ତମାନ ବାଲିଗୁଡାରେ ହଂସିତା ଲିଙ୍କ ନେଇ ଅର୍ଥନୈତିକ କାରବାର ନେଇ ଶ୍ବଶୁର ଘରେ ଛାନଭିନ୍ କରୁଛି ଭୁବନେଶ୍ୱର ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ l ମଙ୍ଗଳବାର ସକାଳ ପ୍ରାୟ ୫ଟାରୁ ଫାଇନାନସିଆଲ ଟ୍ରାଞ୍ଜାକସନ ନେଇ ଚଢ଼ାଉ ଜାରି ରଖିଛି l
ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ହଂସିତାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିତା ଓ ଅନୀଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିତା । କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିତା ୨୦ ପ୍ରତିଶତ କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିତା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ । ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ । ଏହାପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା ।
You Can Read:
ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍, ୧୦ଟି ସ୍ଥାନରେ ଚାଲିଛି ଖୋଳତାଡ଼