ଯୁବ ସାମ୍ବାଦିକଙ୍କୁ ହତ୍ୟା ଘଟଣା; ହାଇଦ୍ରାବାଦରୁ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

Published By : Prameya-News7 Bureau | January 06, 2025 IST

ଛତିଶଗଡ ୦୬।୦୧: ଛତିଶଗଡ ବିଜାପୁରର ଯୁବ ସାମ୍ବାଦିକଙ୍କୁ ହତ୍ୟା ଘଟଣା । ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକାର । ବିଜାପୁର ପୋଲିସ ଓ SIT ସୁରେଶ ଚନ୍ଦ୍ରାକାର କୁ ହାଇଦ୍ରାବାଦରୁ ଗିରଫ କରିଛି । ରବିବାର ରାତିରେ ଗିରଫ କରାଯିବା ପରେ ସୋମବାର ତାଙ୍କୁ ବିଜାପୁର ଅଣାଯାଇଛି । ବିଜାପୁର ପୋଲିସ ଏବେ ସୁରେଶ ଚନ୍ଦ୍ରାକାରକୁ ପଚରାଉଚରା କରୁଛି । 

ତେବେ ଏହି ଘଟଣାରେ ପୁର୍ବରୁ ସୂରେଶ ଚନ୍ଦ୍ରାକାରଙ୍କ ୨ ଭାଇ ରିତେଶ ଚନ୍ଦ୍ରାକାର ଓ ଦିନେଶ ଚନ୍ଦ୍ରାକାରଙ୍କ ସହ ସୁପରଭାଜର ମହେନ୍ଦ୍ର ରାମଟେକଙ୍କୁ ବିଜାପୁର ପୋଲିସ ରାୟପୁରରୁ ଗିରଫ କରିଥିଲା । ବର୍ତ୍ତମାନ ସୁରେଶ ଚନ୍ଦ୍ରାକାର ଗିରଫ ହୋଇଛନ୍ତି । ତେବେ ଯୁବା ସାମ୍ବାଦିକଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । 

ମୁକେଶ ଚନ୍ଦ୍ରାକାରଙ୍କ ଛାତି ଫାଟି ଯାଇଛି । ଏହା ସହିତ  ପିଞ୍ଜରା ୫ଖଣ୍ଡ,  କଲିଜା ୪ଖଣଡ୍ ହୋଇଯାଇଥିଲା ।   ଖାଲି ସେତିକି ନୁହେଁ ମୁଣ୍ଡରେ ୧୫ ଆଘାତ ଲାଗିଥିବା ବେଳେ ବେକର ହାଡ ଭାଙ୍ଗି ଯାଇଛି । 

ତେବେ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ୧୨ ବର୍ଷର କ୍ୟାରିଅରରେ ସେ ଏପରି ନିର୍ଦ୍ଦୟ ଭାବରେ ହତ୍ୟା କରାଯିବା ଘଟଣା କେବେ ଦେଖି ନାହାନ୍ତି। ସାମ୍ବାଦିକଙ୍କୁ ଦୁଇ କିମ୍ବା ତା'ଠାରୁ ଅଧିକ ଆକ୍ରମଣକାରୀ ହତ୍ୟା କରିଥିବା ସେ ଦାବି କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.