ଭିଜିଲାନ୍ସ ଜାଲରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୁପର ଭାଇଜର, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୪ ହଜାର ଟଙ୍କା

Published By : Prameya-News7 Bureau | January 02, 2025 IST

କଳାହାଣ୍ଡି ୨।୧: ଭିଜିଲାନ୍ସ ଜାଲରେ ସୁପର ଭାଇଜର । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପର ଭାଇଜର ଲକ୍ଷ୍ମୀ ମହାରଣା ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି । ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି l ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରୁ ୨ ହଜାର ଲେଖାଏଁ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ l ତଲଝାପି ପଞ୍ଚାୟତର ନିକେସଜୋର ଗାଁର ୩ ଜଣଙ୍କ ଠାରୁ ୪ ହଜାର ଲାଞ୍ଚ ନେଉଥିବା ବେଳେ ଡାକ୍ତରଖାନାରେ ଭିଜିଲାନ୍ସ ବିଭାଗ ମାଡି ବସିଲା l

You Can Read:

ଶୁକ୍ରବାରଠୁ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ, ଡିସେମ୍ବର ୨୫ରୁ ଥିଲା ସ୍ଥଗିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.