ଶାହାରୁଖ, ସଲମାନ, ନା ପ୍ରଭାସ; ଏ ହେଉଛନ୍ତି ଦେଶର ସବୁଠାରୁ ଦାମୀ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି…

Published By : Prameya-News7 Bureau | November 16, 2024 IST

ମୁମ୍ବାଇ ୧୬।୧୧: ଦେଶରେ ହେଉଛି ଅନେକ ବଡ ବଜେଟ୍‌ ଫିଲ୍ମ । ଏଥିରେ ଖର୍ଚ୍ଚ ହୋଇଥାଏ କୋଟିକୋଟି । କିନ୍ତୁ ଅନେକ ସମୟରେ ବକ୍ସ ଅଫିସରେ ମାରିଥାଏ ଫେଲ୍‌ । ଏମିତିକି ମୋଟ ଉପରେ ୨୦୦କୋଟି ରୋଜଗାର ମଧ୍ୟ କରିପାରେନି । କିନ୍ତୁ ଦେଶରେ ଏପରି ଜଣେ ଷ୍ଟାର ଅଭିନେତା ଅଛନ୍ତି ଯିଏକି ନିଜର ଆଗାମୀ ଫିଲ୍ମ ପାଇଁ ଡିମାଣ୍ଡ କରୁଛନ୍ତି  ୧୦୦କି ୨୦୦ ନୁହେଁ ୩୦୦ କୋଟି ଟଙ୍କା । ଏହି ସୁପରଷ୍ଟାର ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍‌ । ସେ ଦେଶର କୋଣ ଅନୁକୋଣରେ ପରିଚିତ । ଗୋଟିଏ ଫିଲ୍ମ ପାଇଁ ୩୦୦କୋଟି ଫି ଡିମାଣ୍ଡ କରି ହୋଇଛନ୍ତି ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । 

ଏହି ସୁପରଷ୍ଟାର ହେଉଛନ୍ତି ପୁଷ୍ପା ଷ୍ଟାର୍‌ର ଆକ୍ଟର ଅଲ୍ଲୁ ଅର୍ଜୁନ । ସେ ହୋଇଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଟ୍ରାକ ଟଲିଉଡର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ସିକ୍ୱେଲ 'ପୁଷ୍ପା ୨: ଦ ରୁଲ' ପାଇଁ ନେଇଛନ୍ତି ୩୦୦କୋଟି ଫି । ଏହି ଫି ସହ ଅଲୁ ଅର୍ଜୁନ ବର୍ତ୍ତମାନ ଥଲାପତି ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ଅଲ୍ଲୁ ହୋଇଛନ୍ତି ଭାରତର ସର୍ବାଧିକ ଫି ନେଉଥିବା ଅଭିନେତା । 

ଖବର ଅନୁଯାୟୀ ବିଜୟଙ୍କୁ ଥଲାପତି-୬୯ ପାଇଁ ମିଳିଥିଲା ୨୭୫ କୋଟି ଟଙ୍କା । ତେବେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଲ୍ଲୁ । ତେଲୁଗୁ ସୁପରଷ୍ଟାର କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ସେ ଜଣେ ନିର୍ମାତା ଏବଂ ପ୍ରଡ୍ୟୁସର ମଧ୍ୟ । ତେଲୁଗୁ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଅଲୁ ଅର୍ଜୁନ ହେଉଛନ୍ତି ଅନ୍ୟତମ। ଅଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି ୪୬୦ କୋଟି ଟଙ୍କା । ସେ ଏକ ଲଗଜୁରୀ ଲାଇଫଷ୍ଟାଇଲ୍‌ ମେଣ୍ଟେନ୍‌ କରନ୍ତି । ଅଲ୍ଲୁଙ୍କର ନିଜସ୍ବ ଘରୋଇ ଜେଟ୍, ବିଳାସପୂର୍ଣ୍ଣ ବଙ୍ଗଳା, ଅନେକ ପ୍ରପର୍ଟି ଏବଂ ଲଗଜୁରୀ କାର୍‌ କଲେକ୍ସନ୍‌ ସହିତ ଆହୁରି ଅନେକ କିଛି ରହିଛି । 

ଅଲ୍ଲୁ ଅଭିନୟ ବ୍ୟତୀତ ନିଜର ପ୍ରଡକ୍ସନ୍ ହାଉସ୍, ରେଷ୍ଟୁରାଣ୍ଟ ସିରିଜ୍, ମଲ୍ଟିପ୍ଲେକ୍ସ ଏବଂ ଅନ୍ୟାନ୍ୟ ବିନିଯୋଗରୁ ବିପୁଳ ରୋଜଗାର କରନ୍ତି । ଅଲୁ ଅର୍ଜୁନଙ୍କ କାମ ବିଷୟରେ କହିବାକୁ ଗଲେ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ୫ଡିସେମ୍ବରରେ ମୁକ୍ତିଲାଭ କରିବ  । 

'ପୁଷ୍ପା ୨: ଦ ରୁଲ'ରେ ରଶ୍ମିକା ମନ୍ଦନା ଏବଂ ଫହଦ୍ ଫାସିଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଉଭୟେ ଶ୍ରୀବଲି ଏବଂ ଭଓ୍ବର ସିଂ ଶେଖାଓ୍ବାତ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ । ଆକ୍ସନ ଡ୍ରାମା ଫିଲ୍ମରେ ଶ୍ରୀଲିଲା ଆଇଟମ୍ ଗାର୍ଲ ସାମନ୍ଥାଙ୍କ ସ୍ଥାନ ନେଇଛନ୍ତି । ତେବେ ଫ୍ୟାନ୍ସ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨କୁ ଅପେକ୍ଷା କରି ରହିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.