ପ୍ରେମିକର ବିବାହ ଅନ୍ୟତ୍ର ଠିକ୍ ହେବାରୁ ଦେଖାଦେଇଥିଲା ବିବାଦ, ପ୍ରେମିକାକୁ ରାସ୍ତାରୁ ହଟାଇଦେଲା

Published By : Prameya-News7 Bureau | August 04, 2025 IST

ନବରଙ୍ଗପୁର ୪।୮: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଯୁବତୀ ଅସ୍ତମା ଗୌଡ଼ଙ୍କ ହତ୍ୟା ଘଟଣାରେ ପ୍ରେମିକ  ଦିନେଶ୍ୱର ସରାବୁ ଗିରଫ । ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଦିନେଶ୍ୱରର ଅନ୍ୟତ୍ର ବାହାଘର ଠିକ୍ ହୋଇଯିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯାହା ଫଳରେ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ମୁତାବକ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । 

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ବ୍ଲକ କୁମ୍ଭାର ସାହିର ପର୍ଶୁ ଗୌଡ଼ଙ୍କ ଝିଅ ଗତ ୨ ତାରିଖ  ରାତିରେ ଘର ପାଖ ପଡିଆକୁ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । କିଛି ସମୟ ପରେ ଯୁବତୀଙ୍କୁ ଏକ ଆମ୍ବ ଗଛ ମୂଳେ ପଡିଥିବା ଦେଖି  ପରିବାର ଲୋକେ ଉଦ୍ଧାର କରି କୋଷଗୁମୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ପରିବାର ତରଫରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି କୋଷଗୁମୁଡ଼ା  ଥାନାର ଦ୍ୱାରସ୍ଥ ହୋଇଥିଲେ । ମୃତ ଯୁବତୀଙ୍କ ଗ୍ରାମର ଦିନେଶ୍ବର ସରାବୁଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ସେମାନେ ଫୋନ୍‌ରେ କଥାବାର୍ତ୍ତା ମଧ୍ୟ ହେଉଥିଲେ । ଦିନେଶ ମୃତ ଯୁବତୀଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିବା ମଧ୍ୟ ଏଫଆଇଆରରେ ଦର୍ଶାଯାଇଥିଲା । ଦିନେଶ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସନ୍ଦେହ କରୁଥିବା ବେଳେ ତାଙ୍କୁ ଏହି ହତ୍ୟାକାଣ୍ଡରେ ଗ୍ରାମର ଦହଣା ଚନ୍ଦ୍ର ଭତ୍ରା ମଧ୍ୟ ସହଯୋଗ କରିଥିବା ସନ୍ଦେହ କରୁଥିବା ମୃତକଙ୍କ ବାପା କୋଷାଗୁମୁଡା ଥାନାରେ ଦାୟର ଏଫଆଇଆରରେ ଦର୍ଶାଇଥିଲେ । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତର ଦିଗକୁ ତୀବ୍ର କରି ଅଭିଯୁକ୍ତ ଦିନେଶ୍ୱରକୁ  ଅଟକ ରଖି ପଚରାଉଚରା କରିବା ସମୟରେ ସେ ସତ ମାନିଯାଇଥିଲା । ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ପାପଡାହାଣ୍ଡି ଏସଡିପିଓ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ।

You Can Read:

ମନରେଗାରେ ମହାଦୁର୍ନୀତି : ବିଦେଶୀଙ୍କ ଫଟୋ ଅପଲୋଡ଼ କରି ଟଙ୍କା ଉଠାଉଥିବା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.