କଳାହାଣ୍ଡି ୪।୮: କଳାହାଣ୍ଡି ଜିଲ୍ଲାରେ ମନରେଗା ଦୁର୍ନୀତି l ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ l ଶ୍ରମିକ ବଦଳରେ ବିଦେଶୀ ନାଗରିକଙ୍କ ଫୋଟୋ ଅପଲୋଡ଼ କରି ଗାଁ ସାଥି ଓ ଜିଆରଏସ ଦୁର୍ନୀତି ସାମ୍ନା କୁ ଆସିଛି l ଶ୍ରମିକ ବଦଳରେ ବିଦେଶୀ ମାନଙ୍କ ଫଟୋକୁ ଅପଲୋଡ଼ କରି ଟଙ୍କା ଉଠାଣ କରୁଥିବା ଘଟଣା ଜିଲ୍ଲରେ ଚର୍ଚ୍ଚାର ବିଷୟ ହୋଇଛି l ସୂଚନାଯୋଗ୍ୟ ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଲୋହରାଜୋର ଗ୍ରାମରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁମାଳି ପାହାଡ଼ରେ ଷ୍ଟେଞ୍ଜର ଟ୍ରେଞ୍ଚ କାମ ହୋଇଥିଲା । ସୂଚନା ଫଳକରେ କାମ ଆରମ୍ଭ ଏବଂ ଶେଷ ତାରିଖର ବିବରଣୀର କୌଣସି ସୂଚନା ନଥିବା ବେଳେ କେବଳ ଦୈନିକ ମଜୁରୀ ୩୫୨ ଟଙ୍କା ଲେଖା ହୋଇଛି । ମନରେଗା ୱେବ ସାଇଟ୍ରେ ଶ୍ରମିକ ବଦଳରେ ବିଦେଶୀ ମାନଙ୍କ ଫଟୋ ଅପଲୋଡ଼ କରିଛନ୍ତି ଏବଂ ଗାଁ ସାଥି ଓ ଜିଆରଏସ ଟଙ୍କା ଉଠାଣ କରିଥିବା ଅଭିଯୋଗ ହେଉଛି l ଏନେଇ ଥୁଆମୂଳ ରାମପୁର ବିଡିଓ ଧୃବଚରଣ ମୁଦୁଲିଙ୍କୁ ପଚାରିବାରୁ ସେଭଳି ଫଟୋ ଅପଲୋଡ଼ ହୋଇ ଟଙ୍କା ଉଠାଣ କରାଯାଇନାହିଁ ବୋଲି ସଫେଇ ଦେଇଛନ୍ତି l
You Can Read:
ମହିଳାଙ୍କ ନାଁରେ ଫେକ୍ ଆକାଉଣ୍ଟ କରି କରୁଥିଲେ ଅଶ୍ଲୀଳ ପୋଷ୍ଟ, ଯୁବକଙ୍କୁ ବାନ୍ଧିଲା ପୋଲିସ