ମହିଳାଙ୍କ ନାଁରେ ଫେକ୍ ଆକାଉଣ୍ଟ କରି କରୁଥିଲେ ଅଶ୍ଲୀଳ ପୋଷ୍ଟ, ଯୁବକଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | August 04, 2025 IST

ବ୍ରହ୍ମପୁର ୪।୮: ସୋସିଆଲ ମିଡିଆରେ ମହିଳାଙ୍କ ପରିଚୟ ଦେଇ ନକଲି ଆକାଉଣ୍ଟ କରି ଅଶ୍ଲୀଳ କଣ୍ଟେଣ୍ଟ ପୋଷ୍ଟ କରି ଜଣେ ଗିରଫ ।ବ୍ରହ୍ମପୁର ସାଇବର ଏବଂ ଇଓପିଏସ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ବଣ୍ଟୁ ପଣ୍ଡା । ବ୍ରହ୍ମପୁରର ଜନୈକ ପ୍ରତିଷ୍ଠିତ ମହିଳାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି କରିଥିବା ଜଣାପଡିଛି । 

ଗତ ୧ ତାରିଖରେ ଗୋପାଳପୁର ଅଞ୍ଚଳର ଜଣେ ୨୮ ବର୍ଷ ବୟସ୍କା ମହିଳା ଅଭିଯୋଗ କରିଥିଲେ ଯେ ତାଙ୍କ ନାମରେ କେହି ଜଣେ ନକଲି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ତିଆରି କରିଛନ୍ତି । ସେହି ହ୍ୟାଣ୍ଡେଲଟି ଆପତ୍ତିଜନକ ପୋଷ୍ଟ କରୁଛି ଯାହା ସମାଜରେ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି । ଏ ନେଇ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ, ସାଇବର କ୍ରାଇମ୍ ପୋଲିସ ଦଳ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା ଏବଂ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତ ଏବଂ ପୀଡିତା ପରସ୍ପରର ବନ୍ଧୁ ଥିଲେ । ୨୦୧୫ ମସିହାରୁ ସେ ପୀଡିତାଙ୍କୁ ପିଛା କରୁଥିଲେ କିନ୍ତୁ ପୀଡିତା ଏବଂ ପୀଡିତା ପରିବାର ପୋଲିସକୁ ଖବର ଦେଇ ନଥିଲେ । କିନ୍ତୁ ଏବେ ସେ ସଂପୃକ୍ତ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ କରିଥିଲେ । ସଂପୃକ୍ତ ଯୁବକଙ୍କୁ ଚିହ୍ନଟ କରିବା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

You Can Read:

ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଦୃଶ୍ୟ : ଗୋଟିଏ ସିଲିଣ୍ଡରରୁ ୨ ନବଜାତକଙ୍କୁ ଅକ୍ସିଜେନ୍ ପ୍ରଦାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.