BSPକୁ ଝଟକା; ଦଳ ଛାଡ଼ିଲେ ସାଂସଦ ରିତେଶ ପାଣ୍ଡେ, ବିଜେପିରେ ସାମିଲ୍

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟିକୁ ଝଟକା । ଦଳ ଛାଡ଼ଛନ୍ତି ଲୋକସଭା ସାଂସଦ ରିତେଶ ପାଣ୍ଡେ । ସେ ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇଛନ୍ତି । ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ରିତେଶ ପାଣ୍ଡେ ପଦ୍ମ ଧରିଛନ୍ତି । ଏହି ଅବସରରେ ୟୁପି ବିଜେପି ପ୍ରଭାରୀଙ୍କ ସହିତ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଏବଂ ଡେପୁଟି ସିଏମ୍ ବୃଜେଶ ପାଠକ ଉପସ୍ଥିତ ରହି ସ୍ବାଗତ କରିଥିଲେ । ରିତେଶ ପାଣ୍ଡେ ରବିବାର ବିଏସପିର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିଲେ ।   

wp:html /wp:html

ଆମ୍ବେଦକରନଗର ଲୋକସଭା ଆସନରୁ ସାଂସଦ ଅଛନ୍ତି ରିତେଶ ପାଣ୍ଡେ । ଅନ୍ତରୀଣ ବଜେଟ୍ ସେସନ ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସଂସଦ ଭବନ କ୍ୟାଣ୍ଟିନରେ ମଧ୍ୟାହ୍ଣ ଭୋଜନ କରିଥିଲେ । ତାଙ୍କ ସହିତ ଅନ୍ୟ ୮ଜଣ ସାଂସଦ ମଧ୍ୟରେ ଲଞ୍ଚ୍ କରିଥିଲେ । କୁହାଯାଉଛି, ଆମ୍ବେଦକରନଗରରୁ ବିଜେପି ତାଙ୍କୁ ଟିକେଟ୍ ଦେଇପାରେ । ରାଜନୈତିକ ପରିବାରରୁ ଆସିଥିବା ରିତେଶଙ୍କ ପିତା ରାକେଶ ପାଣ୍ଡେ ବିଏସପିକୁ ବିଧାୟକ ଅଛନ୍ତି ।   

wp:embed {"url":"https://www.prameyanews7.com/train-ran-on-tracks-without-driver/","type":"wp-embed","providerNameSlug":"prameya-news-7"}
https://www.prameyanews7.com/train-ran-on-tracks-without-driver/
/wp:embed

ସାଂସଦ ରିତେଶ ପାଣ୍ଡେ ରବିବାର ନିଜ ଇସ୍ତଫା ପତ୍ର ବିଏସପି ସୁପ୍ରିମୋଙ୍କୁ ପଠାଇଛନ୍ତି । ସେ ଏଥିରେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ଲେଖିଛନ୍ତି, ଯେତେବେଳେ ମୁଁ ବିଏସପିରେ ସାମିଲ୍ ହୋଇଥିଲି, ସେତେବେଳେ ଆପଣ ରାଜନୀତିରେ ମାର୍ଗଦର୍ଶନ କରିଥିଲେ ଏବଂ ପାର୍ଟିର ବରିଷ୍ଠ ନେତା ଓ କର୍ମୀଙ୍କ ସହଯୋଗ ମିଳିଥିଲା ପାର୍ଟି ମୋତେ ୟୁପି ବିଧାନସଭା  ଓ ଲୋକସଭାରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ଦେଇଥିଲା । ମାତ୍ର ଏବେ ଲମ୍ବା ସମୟ ଧରି ଦଳୀୟ ବୈଠକରେ ସାମିଲ୍ ହେବାକୁ ସୁଯୋଗ ମିଳୁନଥିବାରୁ ନିଜ ଅସନ୍ତୋଷ ଝାଡ଼ିଛନ୍ତି । ସୁପ୍ରିମୋ ମାୟବତୀଙ୍କ ସହିତ ସାକ୍ଷାତ କରିବାକୁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସୁଯୋଗ ନମିଳିବାରୁ ବାଧ୍ୟ ହୋଇ ପାର୍ଟି ଛାଡ଼ିବାକୁ ନେଇଛି ବୋଲି ଇସ୍ତଫା ପତ୍ରରେ ରିତେଶ ପାଣ୍ଡେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.