ନୂଆଦିଲ୍ଲୀ: ୨୦୨୪ ଆର୍ଥିକ ବର୍ଷରେ ବିଜେପି ମାଲେମାଲ । ଚିଳିତ ବର୍ଷ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା ମିଳିଛି । ୨୦୨୩-୨୦୨୪ ଆର୍ଥିକ ବର୍ଷରେ ସାଧାରଣ ଲୋକ, ଟ୍ରଷ୍ଟ ଏବଂ କର୍ପୋରେଟରୁ ୨,୨୪୪ କୋଟି ଟଙ୍କା ପ୍ରାପ୍ତ ହୋଇଛି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମିଳିଥିବା ଚାନ୍ଦାଠାରୁ ଏହା ତିନିଗୁଣ ଅଧିକ ।
ସେହିପରି ୨୦୨୩-୨୦୨୪ ଆର୍ଥିକ ବର୍ଷରେ ଜାତୀୟ କଂଗ୍ରେସକୁ ୨୮୯ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ମିଳିଛି । ଗତବର୍ଷ ମାତ୍ର ୭୯.୯ କୋଟି ଟଙ୍କା ମିଳିଥିଲା । ବିଜେପି ଏବଂ କଂଗ୍ରେସ ଉଭୟଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ଚାନ୍ଦା ପ୍ରୁଡେଣ୍ଟ ଇଲେକ୍ଟୋରଲ ଟ୍ରଷ୍ଟରୁ ମିଳିଛି । ବିଜେପିକୁ ୭୨୩ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସ ୧୫୬ କୋଟି ଟଙ୍କା ପ୍ରାପ୍ତ ହୋଇଛି । ସରଳ ଭାଷାରେ କହିବାକୁ ଗଲେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବିଜେପିକୁ ପ୍ରାୟ ଏକ ତୃତୀୟାଂଶ ଏବଂ କଂଗ୍ରେସକୁ ଅଧାରୁ ଅଧିକ ପ୍ରୁଡେଣ୍ଟ ଇଲେକ୍ଟୋରଲ ଦାନ ଅକାରରେ ଟ୍ରଷ୍ଟରୁ ମିଳିଛି ।
ଚଳିତ ବର୍ଷ କଂଗ୍ରେସ ଅପେକ୍ଷା ବିଜେପିକୁ ୭୭୬.୮୨% ଅଧିକ ଚାନ୍ଦା ମିଳିଛି । ଭାରତୀୟ ଜନତା ପାର୍ଟିକୁ ସର୍ବାଧିକ ୨,୨୨୪ କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ମିଳିଛି । ସେପଟେ ଚାନ୍ଦା ମାମଲାରେ ଦ୍ବିତୀୟ ସ୍ଥାନରେ ରହିଛି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଖେଶର ରାଓଙ୍କ ବିଆରଏସ୍ । ଭାରତ ରାଷ୍ଟ୍ରୀୟ ସମିତି ପାର୍ଟିକୁ ୫୮୦ କୋଟି ଟଙ୍କା ଚାନ୍ଦା ପ୍ରାପ୍ତ ହୋଇଛି । ତୃତୀୟ ସ୍ଥାନରେ ରହିଛି ଜାତୀୟ କଂଗ୍ରେସ । କଂଗ୍ରେସକୁ ମାତ୍ର ୨୮୯ କୋଟି ଟଙ୍କା ରହିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ରାଜନୈତିକ ଦଳକୁ ସବୁଠୁ ଅଧିକ ଚାନ୍ଦା ଦେଇଥିବା ସଂସ୍ଥା ମଧ୍ୟରେ ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନଫ୍ରା ଲିଟିଟେଡ୍ ପ୍ରଥମରେ ରହିଛି । ପରେ ସିରମ୍ ଇନଷ୍ଟିଚ୍ୟୁଟ୍, ଆର୍ସଲର ମିତଲ ଗ୍ରୁପ ଏବଂ ଭାରତୀ ଏୟାରଟେଲ୍ ସାମିଲ୍ ଅଛନ୍ତି । ୨୦୨୪ ଫେବ୍ରୁଆରୀ ମାସରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ୍ ବଣ୍ଡ୍ ଯୋଜନାକୁ ରଦ୍ଦ କରିଦେଇଛନ୍ତି । ଏହା ପରେ ରାଜନୈତିକ ଦଳମାନଙ୍କୁ ଡାଇରେକ୍ଟ ପଇସା କିମ୍ବା ଇଲେକ୍ଟୋରାଲ ଟ୍ରଷ୍ଟ ଜରିଆରେ ନିର୍ବାଚନୀ ଚନ୍ଦା ମିଳୁଛି ।...