ଭଦ୍ରକ ୨୩।୪: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା । ବିନା ନୋଟିସରେ ସ୍ଥିତିବାନ ସମ୍ପତ୍ତିରେ ପ୍ରଶାସନ ପକ୍ଷରୁ ଚାଲିଲା ବୁଲଡୋଜର । ଉଜୁଡିଗଲା ଏକାଧିକ ପରିବାରଙ୍କ ପରିବା ଚାଷ । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧୀନ ଗୋବିନ୍ଦପୁର ଗ୍ରାମର ଏକାଧିକ ପରିବାର ଏଭଳି ଅଭିଯୋଗ ଆଣିଛନ୍ତି ।
ସୂଚନାଯୋଗ୍ୟ ଯେ, ଗାଁର କିଛି ଗୋଚର ଜମିକୁ କେତେକ ମୁଷ୍ଟିମେୟ ଲୋକ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ହଇକୋର୍ଟ ସଂପୃକ୍ତ ଗୋଚର ଜମିକୁ ଜବରଦଖଲ ମୁକ୍ତ କରିବାକୁ ଦେଇଥିବା ନିର୍ଦ୍ଦେଶ କ୍ରମେ ବନ୍ତ ତହସିଲର ଏକ ଟିମ୍ ପୋଲିସ ଉପସ୍ଥିତିରେ ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚିଥିଲା । ମାତ୍ର ଗୋଚର ଜମି ପରିବର୍ତ୍ତେ ଗ୍ରାମର କେତେକ ପରିବାର ଲୋକଙ୍କ ସ୍ଥିତିବାନ ଜମି ଉପରେ ବୁଲଡୋଜର ଚଲାଇ ବାଡ଼ ଭାଙ୍ଗିବା ସହିତ ଚାଷକୁ ନଷ୍ଟ କରିଦେଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ତହସିଲ କର୍ତ୍ତୃପକ୍ଷଙ୍କ ଏକତରଫା କାର୍ଯ୍ୟକୁ ବିରୋଧ କରିବା ସହିତ ଜାତୀୟ ମାନବାଧିକାର କମିସନ, ରାଜ୍ୟ ମାନବାଧିକାର କମିସନରଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି କ୍ଷତିଗ୍ରସ୍ତ ପରିବାର । ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।
You Can Read:
ବିଏମ୍ସିର ଲିଖିତ ଅର୍ଡର ନଥାଇ ଭଙ୍ଗା ଯାଉଥିଲା ଡ୍ରେନ୍, ବିରୋଧ କଲେ ଓ୍ବାର୍ଡବାସୀ