ସ୍କୁଟିକୁ ଧକ୍କା ଦେଲା ବସ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

Published By : Prameya-News7 Bureau | July 26, 2025 IST

ପଟ୍ଟାମୁଣ୍ଡାଇ ୨୬।୭: ବସ୍ ଧକ୍କାରେ ସ୍କୁଟି ଆରୋହୀଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ପଞ୍ଚାୟତର ସରୋଜ ଧଳ ନିଜ ବନ୍ଧୁ ଲମ୍ବୋଦର ପ୍ରଧାନଙ୍କ ସହ ନିଜ ସ୍କୁଟିରେ ଯାଉଥିଲେ । ସେହି ସମୟରେ ମଦନପୁର ଛକରେ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଏକ ଘରୋଇ ବସ୍ ଧକ୍କା ଦେଇ ୧୦୦ ମିଟର ଘୋଷାରି ନେଇଥିଲା l ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିବା ବେଳେ   ଗୁରୁତର ଆହତ  ଲମ୍ବୋଦରଙ୍କର   ରାଜନଗର ମେଡିକାଲରେ ମୃତ୍ୟୁ ହୋଇଛି । ଉତ୍ତ୍ୟକ୍ତ ଲୋକେ  ବସ୍‌କୁ ଭଙ୍ଗାରୁଜା କରିଛନ୍ତି । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପରିବାରଙ୍କୁ ଉଚିତ ନ୍ୟାୟ ଦାବିରେ ମଦନପୁର କଲେଜ ଛକରେ ରାସ୍ତା ଅବରୋଧ କରିଛନ୍ତି l ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read:

କୁଆଖାଇ ନଦୀରେ ବୁଡ଼ିଗଲେ ଦୁଇ ଯୁବକ : ଜଣେ ଉଦ୍ଧାର, ଅନ୍ୟ ଜଣଙ୍କ ପତ୍ତା ମିଳିନି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.