ମୁମ୍ୱାଇ- ୧୯୯୭ ମସିହାରେ ଆସିଥିଲା ଅମିର ଖାନଙ୍କ ଫିଲ୍ମ ‘ଇଶ୍କ’ । ଏହା ଖୁବ୍ ସୁପରହିଟ୍ ହୋଇଥିଲା। ଫିଲ୍ମରେ ଅଜୟ ଦେବଗନ ଓ ଅମିର ଖାନଙ୍କର ଏକ ଦୃଶ୍ୟ ଥିଲା , ଯେଉଁଥିରେ ଦୁହେଁ ଗୋଟିଏ ଗାଡ଼ିରେ ବସିଛନ୍ତି ଏବଂ ମାଙ୍କଡ଼ ଡ୍ରାଇଭିଂ ସିଟ୍ରେ ବସି ଗାଡ଼ି ଚଲାଉଛି। ଅମିର ଖାନ ଏକ ସାକ୍ଷାତକାରରେ , ଏହି ଫିଲ୍ମ ସୁଟିଂ ବେଳର ଏକ ଭୟଙ୍କର କଥା କହିଥିଲେ। ଏହି ଦୃଶ୍ୟର ସୁଟିଂ ବେଳେ ମାଙ୍କଡ଼ଟି ତାଙ୍କୁ ଆକ୍ରମଣ କରିଥିଲା ଏବଂ ସେ କୌଣସି ପ୍ରକାରରେ ନିଜର ଜୀବନ ବଞ୍ଚାଇ ଥିଲେ। ଏହା ଏଥିପାଇଁ ହେଲା କି , ଅମିର ଖାନ ଏହି ଗୁରୁତ୍ତ୍ୱପୂର୍ଣ୍ଣ ଦୃଶ୍ୟର ସୁଟିଂ ବେଳେ ମାଙ୍କଡ଼କୁ ଚିଡ଼ାଇ ଥିଲେ ଏବଂ ମାଙ୍କଡ଼ ଅଳ୍ପ ସମୟରେ ଏହା ନୋଟିସ୍ କରି ନେଇଥିଲା ଯେ, ଅମିର ଖାନ ତାଙ୍କୁ ଚିଡ଼ାଉଛନ୍ତି ଏବଂ ସେ ତାଙ୍କ ଉପରେ ଆକ୍ରମଣ କରିଥିଲା।
ଅମିର ଖାନ ଦ ଲଲ୍ଲନଟପ୍ରେ ସାକ୍ଷାତକାରରେ ଏହି କଥା ଶୁଣାଇ ଥିଲେ। ଅମିର ଖାନ କହିଥିଲେ, ଏହି ଦୃଶ୍ୟରେ ଯେଉଁ ମାଙ୍କଡ଼ ଥିଲା, ସେ ଗାଡ଼ି ଚଲାଉ ଥିଲା ଏବଂ ଅଜୟ ଓ ମୁଁ ପଛ ସିଟ୍ରେ ବସିଥିଲୁ। ଏହି ସିନ୍ ବେଳେ ଅସୁବିଧା ହୋଇ ଯାଇଥିଲା। ମୋ ଅଭ୍ୟାସ ଏହା କି ମୁଁ କିଛି ନା କିଛି ହରକତ କରିଥାଏ। ଯେବେ ଆମେ ସଟ୍ ନେଉଥିଲୁ ତ ସେହି ସ୍ପ୍ରେ ଆସିଥାଏ , ଯେଉଁଥିରେ ଆମେ ପାଣି ମାରିଥାଉ। ମୁଁ ସେହି ସ୍ପ୍ରେ ନେଇ ମାଙ୍କଡ଼ର କାନରେ ମାରି ଦେଲି। ମୁଁ ଯେତେବେଳେ ପାଣି ସ୍ପ୍ରେ କରିଦେଲି , ହଠାତ୍ ମାଙ୍କଡ଼ଟି ଓଲଟି ଯାଇ ମୋତେ ଦେଖିଲା। ଅଜୟ ମୋତେ ମନା କଲା କି ଏମତି ମସ୍ତି କର ନାହିଁ।
ଅମିର କହିଥିଲେ ଯେ, ପରବର୍ତ୍ତୀ ସମୟରେ ଯେତେବେଳେ ମାଙ୍କଡ଼ଟି ଦେଖିଲା ଯେ, ଏହି ବ୍ୟକ୍ତି ମୋତେ ଚିଡାଉଛି । କଣ ହେଲା ନା , ସୁଟିଂ ସମୟରେ ,ଯେହେତୁ ମାଙ୍କଡ଼ଟି କାର ଚଲାଉ ଥିଲା , ପ୍ରକୃତ କଥା ମାଙ୍କଡ଼ଟି କାର ଚଲାଇ ପାରିବ ନାହିଁ,ଏଣୁ ଆମ ପାଖରେ ଏକ ଟୋଇଂ ଭାଇକଲ ଥିଲା, ଯେଉଁଥିରେ ସେହି ଗାଡ଼ିକୁ ଟଣା ଯାଉଥିଲା। ମାଙ୍କଡ଼ ଷ୍ଟିୟରିଂ ହ୍ୱିଲରେ ଆକ୍ଟିଂ କରୁଥିଲା। ଯେମିତି ସଟ୍ ଆରମ୍ଭ ହେଲା। ଗାଡ଼ି ଜୋରରେ ଚାଲିଲା। ମାଙ୍କଡ଼ଟି ତୁରନ୍ତ ମୋ ଆଡ଼କୁ ବିରକ୍ତିରେ ଚାହିଁ ଆକ୍ରମଣ କରି ଦେଲା।
ଅମିର ଖାନ କହି ଥିଲେ ଯେ, ବାସ୍ତବିକ କଥା ଏୟା ଯେ, ଅଜୟ ଓ ମୁଁ ଚିତ୍କାର କରୁଥିଲୁ , କି ଏହା କଣ ସବୁ ହେଉଛି। ତେଣୁ ସେ ହୁଏତ ଏଥିରେ ବିଚଳିତ ହୋଇ ଯାଇ ଥିଲା। ସେଥିପାଇଁ ସେ ମୋତେ ଆକ୍ରମଣ କରିଥିଲା। ସେ ମୋତେ ଯେତେବେଳେ ଆକ୍ରମଣ କଲା , ତାର (ମାଙ୍କଡ଼) ମୋର ମଧ୍ୟରେ ହାତାହାତି ହୋଇଗଲା, ମୋତେ ଲାଗିଲା ଯେ, ଏବେ ମୁଁ ଗଲି , ଏ ମୋତେ କାମୁଡ଼ୁଛି। ଗାଡ଼ିର ଗତି କମି ଯାଇଥିଲା , ତ ଅଜୟ ଓହ୍ଲାଇଲେ ଓ ସେ ମୋତେ ମଧ୍ୟ ବାହାରକୁ ଟାଣି ନେଲେ । ଏହିପରି ଅଜୟ ମୋତେ ବଞ୍ଚାଇ ଦେଇଥିଲେ।