ଟମାଟୋ ଦରକୁ ନେଇ ହାଟରେ ବଚସା, ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ

Published By : Prameya-News7 Bureau | May 08, 2025 IST

ଚଣ୍ଡିଖୋଲ ୮ଟମାଟୋ ପାଇଁ କାମୁଡ଼ିଦେଲେ । ଟମାଟୋ ଦରକୁ କେନ୍ଦ୍ରକରି ହାଟରେ ବଚସା । ଉତକ୍ଷିକ୍ତ ହୋଇ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ । ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଚମ୍ପାପୁର ଗାଁର ରମେଶ ସେଠୀ । ITBP ଅରୁଣାଚଳ ପ୍ରଦେଶର ୧୦ମ ବାଟାଲିୟନ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି ରମେଶ । ଗୁରୁବାର ହେଡ୍ କ୍ୱାର୍ଟରକୁ ଯିବା ପୂର୍ବରୁ ଘର ପାଇଁ ପରିବା କିଣିବାକୁ ସ୍ଥାନୀୟ ଚମ୍ପାପୁର ହାଟକୁ ଯାଇଥିଲେ । ସେହି ସମୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଟମାଟୋ ଦରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହାକୁ ନେଇ ବ୍ୟବସାୟୀ ଜଣକ ଉତ୍‌କ୍ଷିପ୍ତ ହୋଇ ସେନା କର୍ମଚାରୀଙ୍କ ପେଟକୁ କାମୁଡି ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେନା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା । ମେଡିକାଲରେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡ କ୍ୱାର୍ଟରକୁ ଯାଇଛନ୍ତି । ବୈରୀ ପୋଲିସ ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

You Can Read:

ବିଜୁ ପଟ୍ଟନାୟକଙ୍କ ପରାକ୍ରମ ପାଇଁ ସମ୍ମାନିତ କରିଛି ଋଷ, ଶୁକ୍ରବାର ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ହେବ ମାଲ୍ୟାର୍ପଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.