୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ ୧୯/୦୬: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ ଇସ୍ତଫା ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିରେ ବିରୋଧୀ ୟୁଡିଏଫର କଂଗ୍ରେସ ପ୍ରାର୍ଥୀ ଆରିୟାଧାଦ  ସୌକାତ, ଶାସକ ଏଲଡିଏଫ ପ୍ରାର୍ଥୀ ଏମ ସ୍ବରାଜ ଓ ସ୍ବାଧୀନପ୍ରାର୍ଥୀ ପିଭି ଅନୱରଙ୍କ ମଧ୍ୟରେ ତ୍ରୀମୁଖୀ ଲଢ଼େଇ ହେଉଛି । 

ବିଜେପି ଏଠାରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟତ ଏହି ଉପରୋକ୍ତ ୩ଜଣ ମଧ୍ୟରେ ଭୋଟରଙ୍କ ମନ ଜିତିବା ପାଇଁ ପ୍ରଚାର ଜୋରଦାର ହୋଇଥିଲା । ସେହିଭଳି ପଞ୍ଜାବ ଲୁଧିୟାନା ପଶ୍ଚିମ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଉପରେ ନଜର ରହିବ । ଏଠାକାର ଆପ ବିଧାୟକ ଗୁରୁପ୍ରୀତ ଗୋଗଇଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି । 

ଆପ ରାଜ୍ୟସଭା ସଭ୍ୟ ସଞ୍ଜୀବ ଆରୋଙ୍କୁ ପ୍ରାର୍ଥୀ କରିଛି । ଦୁଇ ଦୁଇ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣ ଆଶୁ କଂଗ୍ରେସ ପ୍ରାର୍ଥୀ ହିସାବରେ ସଞ୍ଜୟ ଆରୋରାଙ୍କୁ ଜୋରଦାର ଟକ୍କର ଦେଉଛନ୍ତି । ସେହିଭଳି ବିଜେପିର ଜୀବନ ଗୁପ୍ତା ଓ ଅକାଳୀଦଳର ପରୁପୁରକର ସିଂ ଘୁମନଙ୍କ ଉପସ୍ଥିତି ଉପନିର୍ବାଚନକୁ ରୋଚକ କରୁଛି । 

ଗୁଜରାଟ କଡିର ବିଜେପି ବିଧାୟକ କରଣସିଂ ପଞ୍ଜାବୀଭାଇ ଶୋଲାଙ୍କୀଙ୍କ ମୃତ୍ୟୁ ଓ ଭିସାଭଦ୍ରର ଆପ ବିଧାୟକ ଓ  ଭୁପେନ୍ଦ୍ରଭାଇ ଭୟାନୀ ଇସ୍ତଫା କାରଣରୁ ଉପନିର୍ବାଚନ ହେଉଛି । ଏହାଛଡା ପଶ୍ଚିମବଙ୍ଗର କାଲିଗଞ୍ଜ ଟିମଏସି ବିଧାୟକ ନସିରୁଦ୍ଧିନ ଅହମଙ୍କ ମୃତ୍ୟୁ ପରେ ହେଉଛି ଉପନିର୍ବାଚନ । ଏହି ସମସ୍ତ ଉପନିର୍ବାଚନର ଫଳାଫଳ ସେଠାକାର ଶାସକ ଦଳ ଉପରେ ବିଶେଷ ପ୍ରଭାବ ନପକାଇପାରେ କିନ୍ତୁ ଆଗାମୀ ଦିନର ବିଧାନସଭା ନିର୍ବାଚନ ପାଇଁ ଗୁରୁତ୍ବବହନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.