ଟାଟୁ କରୁଛନ୍ତି କି ? ସାବଧାନ ! ଆପଣ ହୋଇପାରନ୍ତି ଏଚ୍.ଆଇ.ଭି ସଂକ୍ରମଣ...

Published By : Prameya-News7 Bureau | November 18, 2024 IST

ନୂଆଦିଲ୍ଲୀ ୧୮।୧୧: ଟ୍ରେଣ୍ଡରେ ଟାଟୁ । ଯୁବପିଢୀଙ୍କ ଠାରୁ ବୟସ୍କ ସମସ୍ତଙ୍କୁ ପସନ୍ଦ ଟାଟୁ କରିବା । କିନ୍ତୁ କୁହାଯାଉଛି ଟାଟୁ ହୋଇଥାଏ ଅନେକ ରୋଗର କାରଣ । ପୂର୍ବରୁ କୁହାଯାଉଥିଲା କି ଟାଟୁରୁ ହେଉଛି କ୍ୟାନସର । କିନ୍ତୁ ଏବେ ଟାଟୁରୁ ହୋଇଛି ଏଚ୍.ଆଇ.ଭି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏପରି କିଛି ଘଟଣା ୟୁପି ଗାଜିଆବଦରୁ ସାମ୍ନାକୁ ଆସିଛି । ଏହି ଜିଲ୍ଲାରେ ୪ ବର୍ଷ ମଧ୍ୟ ୬୮ ଜଣ ମହିଳା ଏଚ୍.ଆଇ.ଭିରେ ସଂକ୍ରମିତ ହୋଇଛି । 

କାଉନସେଲିଂ ସମୟରେ ଜଣାପଡିଥିଲା ଯେ ଏମାନେ କରୁଥିଲେ ଟାଟୁ । ଏବେ ପ୍ରଶ୍ନ ଆସୁଛି କଣ ଟାଟୁରୁ ହୋଇଥାଏ ଏଚ୍.ଆଇ.ଭି. ।  ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଜଣେ ଟାଟୁ କଳାକାର ଗୋଟିଏ ଛୁଞ୍ଚିରେ ଅନେକ ଲୋକଙ୍କ ଶରୀରରେ ଟାଟୁ କରିଥା’ନ୍ତି , ଆଉ ସେମାନଙ୍କ ମଧ୍ୟରୁ କାହାର HIV ଥାଏ, ତେବେ ସମସ୍ତେ ଏଥିରେ ସଂକ୍ରମଣ ପାଇପାରନ୍ତି ।

 ବିଶେଷଜ୍ଞ କହିଛନ୍ତି ଯେତେବେଳେ ସଂକ୍ରମିତ ଛୁଞ୍ଚି ଭିନ୍ନ ଭିନ୍ନ ଲୋକଙ୍କ ଶରୀରକୁ ଯାଇଥାଏ ସେତେବେଳେ ଏଚ୍‌ଆଇଭି ସଂକ୍ରମିତ ହେବାର ଆଶଙ୍କା ବଢିଯାଇଥାଏ । କେବଳ ଏଚ୍.ଆଇ.ଭି ନୁହେଁ, କୌଣସି ସଂକ୍ରମଣ ହୋଇପାରେ ଯାହା ରକ୍ତ ମାଧ୍ୟମରେ ବ୍ୟାପିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଛୁଞ୍ଚି ମାଧ୍ୟମରେ ଏଚ୍.ଆଇ.ଭି ସଂକ୍ରମିତ ହୁଏ, କିନ୍ତୁ ଏଭଳି ଘଟଣା କ୍ୱଚିତ୍ ଦେଖିବାକୁ ମିଳିଥାଏ । ଅଧିକାଂଶ ଏଚ୍.ଆଇ.ଭି ରୋଗ ଯୌନ ସଂକ୍ରମଣ ହୋଇଥାଏ।  

ଯଦି କେହି ଟାଟୁ କରିବାକୁ ଚାହୁଁଛନ୍ତି, ତେବେ ମନେରଖନ୍ତୁ ଟାଟୁ ଆର୍ଟିଷ୍ଟ ଏଥିପାଇଁ କେବଳ ନୂଆ ଛୁଞ୍ଚି ବ୍ୟବହାର କରିବା ଉଚିତ୍ । ପୁରୁଣା ଛୁଞ୍ଚିରେ ଟାଟୁ କରନ୍ତୁ ନାହିଁ ।   ଏଚ.ଆଇ.ଭି ହେଉଛି ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ । ଏଚ.ଆଇ.ଭି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ । ଏହି ଭାଇରସ୍ର ଚିକିତ୍ସା ବର୍ତ୍ତମାନ ପର୍ଯ୍ୟନ୍ତି ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.