ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଛାଡ଼ିଥିବା କୈଳାଶ ଗେହଲଟ୍ ସୋମବାର ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇପାରନ୍ତି । ସେ ରବିବାର ଆପ୍ରୁ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସୂତ୍ରରୁ ପ୍ରକାଶ ପାଇଛି, କୈଳାଶ ଗେହଲଟ୍ ଦିନ ସାଢ଼େ ୧୨ଟାରେ ବିଜେପି ପାର୍ଟି ଅଫସରେ ପଦ୍ମ ଧରିବେ ।
କୈଳାଶ ଗେହଲଟ୍ ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଚିଠି ଲେଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନୂଆ ବାସଭବନ ନିର୍ମାଣ ଭଳି ଭିନ୍ନ ଭିନ୍ନ ବିବାଦ ଆମ୍ ଆଦମୀ ପାର୍ଟିକୁ ସନ୍ଦେହ ଘେରକୁ ଟାଣିଛି । ଆପ୍କୁ ଲୋକେ କ’ଣ ପୂର୍ବ ଭଳି ବିଶ୍ବାସକୁ ନେବେ ପ୍ରଶ୍ନ କରିଛନ୍ତି । ଆପ୍ ସରକାର ଅଧିକାଂଶ ସମୟରେ କେନ୍ଦ୍ର ସହିତ ଲଢ଼ିବାର ଅର୍ଥ ନୁହେଁ ଦିଲ୍ଲୀର ବିକାଶ କରିବା । ଆମ ଆଦମୀ ପାର୍ଟି ସାଙ୍ଗରେ ରହିବାର କୌଣସି ବିକଳ୍ପ ନାହିଁ । ତେଣୁ ଝାଡ଼ୁ ଦଳ ଛାଡ଼ିକୁ ବାଧ୍ୟ ହୋଇଛି ବୋଲି କୈଳାଶ ଗେହଲଟ୍ କହିଛନ୍ତି ।
ସୂଚନା ଅନୁଯାୟୀ, ଦିଲ୍ଲୀ ନଜଫଗଡ଼ର ବିଧାୟକ ଅଛନ୍ତି କୈଳାଶ ଗେହଲଟ୍ । ରବିବାର ସେ ତତ୍କାଳ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ । ସେ ଗୃହ, ପ୍ରଶାସନିକ ସୁଧାର, ଆଇଟି ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରଭାରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଗେହଲଟଙ୍କ ଇସ୍ତଫା ପରେ ପଲିଟିକାଲ୍ ଟଣ୍ଟ ମାରିଛନ୍ତି ବିଜେପି ସାଂସଦ ହର୍ଷ ମାଲହୋତ୍ରା । ସେ କହିଛନ୍ତି, କୈଳାଶ ଗେହଲଟ୍ ସଠିକ୍ ସମୟରେ ନିଷ୍ପତ୍ତ ନେଇଛିନ୍ତି । ମନ୍ତ୍ରୀ ଥିବା ସମୟରେ ସେ ଦିଲ୍ଲୀବାସୀଙ୍କୁ ଜବାବ ଦେଇପାରୁନାହାନ୍ତି ବୋଲି ସାଂସଦ କହିଛନ୍ତି ।