ମୁମ୍ଵାଇ ୧୨।୧୧; ଅଡୁଆରେ ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ବିବାଦ ତାଙ୍କ ପିଛା ଛାଡୁନି। ବର୍ତ୍ତମାନ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେଲୁଗୁ ଦେଶମ ପାର୍ଟିର (ଟିଡିପି) କର୍ମୀମାନେ ପ୍ରକାଶମ ଏବଂ ଗୁଣ୍ଟୁର ଜିଲ୍ଲାର ଦୁଇଟି ପୁଲିସ ଷ୍ଟେସନରେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପ୍ରାକସାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ତାଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂ ବ୍ରାହ୍ମଣୀଙ୍କ ବିରୋଧରେ ରାମ ଗୋପାଲ ଅପମାନଜନକ ପୋଷ୍ଟ ସେୟାର କରିଥିବା ନେଇ ଅଭିଯୋଗ ହୋଇଛି। ଟିଡିପି ମଣ୍ଡଳ ପରିଷଦ ସଚିବ ରାମଲିଙ୍ଗମଙ୍କ ଅଭିଯୋଗରେ ଏହି ମାମଲା ମଡ୍ଡିପାଡୁ ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଗତ ବର୍ଷ ଶେଷରେ ତାଙ୍କ ଫିଲ୍ମ ଆନ୍ଧ୍ରପ୍ରଦେଶ ବିଧାନସଭା ଓ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ରିଲିଜ ହୋଇଥିଲା। ଆର୍ଜିଭିଙ୍କ ଏହି ଫିଲ୍ମ ୨୦୦୯ରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିବା ମୃତ୍ୟୁ ଏବଂ ତାଙ୍କ ପୁଅ YS ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା YSR କଂଗ୍ରେସ ପାର୍ଟି ଗଠନ ଉପରେ ଆଧାରିତ।