ଏପରି ଏକ ଶିବଲିଙ୍ଗ; ଯିଏକି ପୂଜା ପାଇବା ପାଇଁ ଭକ୍ତଙ୍କୁ କରିଛନ୍ତି ଅପେକ୍ଷା

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ ୦୭।୦୯: ଦେବଭୂମୀ ଉତ୍ତରାଖଣ୍ଡକୁ ଭଗବାନ ଶିବଙ୍କ ସ୍ଥାନ କୁହାଯାଏ। ଏଠାରେ ଭଗବାନ ଶିବଙ୍କ ଆସ୍ଥାନ କୈଳାଶ ରହିଛି । ପୃଥିବୀରେ ଏପରି ଏକ ଶିବଲିଙ୍ଗ ରହିଛି,ଯାହା ଭକ୍ତଙ୍କ ଅପେକ୍ଷାରେ ରହିଛି । ବାସ୍ତବରେ ଏହି ଅନନ୍ୟ ଶିବଲିଙ୍ଗଙ୍କର ପୂଜା କରାଯାଏନି । 

ଉତ୍ତରାଖଣ୍ଡର ଚମ୍ପାବତ ଜିଲ୍ଲାର ହାଥିଆ ନୌଲା ଗାଁରେ ରହିଛି ଏହି ଶିବଲିଙ୍ଗ । ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଗାଁରେ ଜଣେ ଶିଳ୍ପୀ ରହୁଥିଲେ । ଦିନେ ସେ ଏକ ମୂର୍ତ୍ତି ତିଆରି କରୁବା ସମୟରେ ତାଙ୍କ ହାତ କଟି ଯାଇ ବହୁତ ରକ୍ତସ୍ରାବ ହୋଇଥିଲା । ଏହା ଦେଖି ଗ୍ରାମବାସୀ ତାଙ୍କୁ ପରିହାସ କଲେ। 

ଶିଳ୍ପୀ ଜଣକ ହତାଶ ହୋଇ ଦକ୍ଷିଣ ଦିଗ ଆଡକୁ ଯାଇ ଏକ ପାହାଡରେ ପହଞ୍ଚିଥିଲେ । ସେଠାରେ  ଏକ ପଥର କାଟି ରାତାରାତି ଏହି ଶିବଲିଙ୍ଗକୁ ତିଆରି କରି ଅଦୃଶ୍ୟ ହୋଇଗଲେ । ଗ୍ରାମବାସୀ ସକାଳେ ଏହି ଶିବଲିଙ୍ଗଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। 

ଯେତେବେଳେ ପୁରୋହିତମାନେ ଶିବଲିଙ୍ଗକୁ ଦେଖିଥିଲେ ଜାଣିବାକୁ ପାଇଥିଲେ କି ଏହି ଲିଙ୍ଗ ଭୁଲ୍ ଦିଗରେ ରହିଥିଲା ।

 ବାସ୍ତବରେ ଶିବଲିଙ୍ଗଟି ଉତ୍ତରରେ ନୁହେଁ ବରଂ ଦକ୍ଷିଣରେ ସ୍ଥାପନା କରାଯାଥିଲା । ଏହି ଜିନିଷ ଜାଣିବା ପରେ ପୁରୋହିତ ମାନେ ଏହି ଶିବଲିଙ୍ଗକୁ ପୂଜା କରିବାକୁ ମନା କରିଥିଲେ । ସେବେଠାରୁ ଏହି ଶିବଲିଙ୍ଗକୁ ପୂଜା କରୁନାହାନ୍ତି ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.