ତିଆରି ହେଉଛି ଫ୍ୟୁଚର ସିଟି; ଆଧୁନିକ ଟେକ୍ନୋଲୋଜିର ହେବ ବ୍ୟବହାର, ଲୋକଙ୍କ ସୁରକ୍ଷା କରିବ ଡ୍ରୋନ

Published By : Prameya-News7 Bureau | January 11, 2025 IST

ନୂଆଦିଲ୍ଲୀ ୧୧।୦୧: ଗଢି ଉଠିଛି ନୂଆ ସହର । ପାହାଡର ପାଦପାଦରେ ଚମକିବ ସହର । ଚୁଟକିରେ ହେବ ସବୁ କାମ । ଘରେ ଘରେ ଦେଖିବାକୁ ମିଳିବ ଟେକ୍ନୋଲୋଜି । ଲୋକଙ୍କ ଦୈନନ୍ଦିନ କାମ କରିବ ରୋବୋର୍ଟ । ପ୍ରତ୍ୟକ ଘରେ ଦେଖିବାକୁ ମିଳିବେ ଏଆଇ । ଏପରି ଏକ ଅତ୍ୟାଧୁନିକ ସହର ନିର୍ମାଣ କରିଛି ଜାପାନ । ସବୁବେଳେ ଟେକ୍ନୋଲୋଜି କ୍ଷେତ୍ରରେ ଆଗରେ ରହିଛି ଜାପାନ । ଏଠାରେ ନିର୍ମାଣ ହୋଇଛି 'ଭବିଷ୍ୟତର ସହର' । ଯାହାର ନାଁ ଦିଆଯାଇଛି ଓଭେନ୍ ସିଟି । 

ଏହା ଫିଜି ପର୍ବତ ପାଦଦେଶରେ ନିର୍ମିତ ହୋଇଛି । ସହରକୁ କାର କମ୍ପାନୀ ଟୟୋଟା କରୁଛି ପ୍ରସ୍ତୁତ । ସହରଟି ଆଧୁନିକ ଟେକ୍ନୋଲୋଜିର କରାଯିବ ବହୁଳ ବ୍ୟବହାର । ରୋବୋଟ୍ ଠାରୁ ଆରମ୍ଭ କରି ସ୍ୱୟଂଚାଳିତ ରେସିଂ କାର ପର୍ଯ୍ୟନ୍ତ ସବୁକିଛି ଏଠାରେ ଦେଖିବାକୁ ମିଳିବ । ଚଳିତ ବର୍ଷର ଶେଷ ସୁଦ୍ଧା ଲୋକମାନେ ଏଠାରେ ବସତି ସ୍ଥାପନ କରିବା ଆରମ୍ଭ କରିବେ । ପ୍ରାରମ୍ଭିକ ପର୍ୟ୍ୟାୟରେ ଏଠାରେ ୧୦୦ ଜଣଙ୍କୁ ବସତି ଯୋଗାଇବାର ରହିଛି ଯୋଜନା । 

ଖବର ଅନୁଯାୟୀ ଟୟୋଟା ୨୦୨୦ ମସିହାରେ ଏହି ସହରକୁ ବସତି ସ୍ଥାପନ କରିବାକୁ ଯୋଜନା ଘୋଷଣା କରିଥିଲା । ଏଠାରେ ୨୩ ଫେବୃଆରୀ ୨୦୨୧ରେ କାମ ଆରମ୍ଭ ହୋଇଥିଲା। ଯେଉଁ ସ୍ଥାନରେ ଏହି ସହର ନିର୍ମାଣ ହେଉଛି, ସେଠାରେ ପୂର୍ବରୁ ଟୟୋଟା ମୋଟର ଇଷ୍ଟ ଜାପାନର ପ୍ଲାଣ୍ଟ ଥିଲା । ଗତବର୍ଷ ଅକ୍ଟୋବରରେ ଓଭେନ୍ ସିଟିର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି । ଏବେ ଏହାକୁ ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି । 

ଭବିଷ୍ୟତର ଏହି ସହରରେ ଟେକ୍ନୋଲୋଜିର ପୁରା ବ୍ୟବହାର କରାଯାଉଛି । ଏଠାରେ ଦୈନନ୍ଦିନର କାମ କରିବା ପାଇଁ ରୋବୋଟ ବ୍ୟବହାର କରାଯିବ । ଏହି ସହରରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ଡ୍ରୋନ ଲଗାଯିବ । ଅନ୍ୟପଟେ ବୃଦ୍ଧମାନଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଟରାକ୍ଟିଭ୍ ପୋଷା ରୋବୋଟ ମଧ୍ୟ ଦେଖିବାକୁ ମିଳିବ  ନୂଆ ସହରର ପ୍ରତ୍ୟେକ ଘରେ ଆର୍ଟିଫିଆଲ୍‌ ଇଣ୍ଟେଲିଜେନ୍ସିହାଇଡ୍ରୋଜେନ ଏନର୍ଜି ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ଦେଖିବାକୁ ମିଳିବ। 

ଏଠାରେ କେବଳ ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ହେବ ତାନୁହେଁ ବରଂ ଏହା ଏକ ଜୀବନ୍ତ ଲ୍ୟାବ ମଧ୍ୟ ହେବ। ଅର୍ଥାତ୍‌ ଲୋକମାନେ ନିଜ ଇଚ୍ଛା ଅନୁସାରେ ଟେକ୍ନୋଲୋଜିର ତିଆରି କରିପାରିବେ ପ୍ରଥମ ପର୍ଯ୍ୟାୟ ପୁରା ହେବା ପରେ ଏବେ ଏହି ସହରରେ ୧୦୦ ଜଣଙ୍କୁ ବସତି ଦିଆଯିବ । ତେବେ ଏମାନେ ସମସ୍ତେ ଟୟୋଟା କର୍ମଚାରୀ ହୋଇପାରନ୍ତି । ଏହାପରେ ଏହି ସହରରେ ଧୀରେ ଧୀରେ ୨୨୦୦ ଲୋକଙ୍କ ବସତି ସ୍ଥାପନ କରିବାର ଯୋଜନା ରହିଛି । ପ୍ରଥମ ୨ ବର୍ଷ ମଧ୍ୟରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବନି । ବର୍ତ୍ତମାନ ଏଠାରେ ଦ୍ୱିତୀୟ ପର୍ଯ୍ୟାୟର କାମ ଆରମ୍ଭ ହୋଇ ସାରିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.