ନୂଆଦିଲ୍ଲୀ ୧୦।୦୧; କିଡନୀ ଷ୍ଟୋନ୍ । ଏହା ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା। ଯାହାକୁ ଠିକ୍ ସମୟରେ ଚିକିତ୍ସା ନକଲେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ । କିଡନୀରେ ଷ୍ଟୋନ୍ ଯୋଗୁଁ ହଳଦିଆ ପରିସ୍ରା, ଜଳାପୋଡ଼ା, ଯନ୍ତ୍ରଣା ଏବଂ ବାନ୍ତି ହୋଇପାରେ। ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ, ତେବେ ଏହା ବୃକକ୍ର କାର୍ଯ୍ୟକୁ ପ୍ରଭାବିତ କରିପାରେ।
ସାଧାରଣତଃ ଶୀତଦିନେ କିଡନୀ ଷ୍ଟୋନ୍ ରୋଗ ବୃଦ୍ଧି ପାଏ । ଶୀତଦିନ ଜୀବନଶୈଳୀ ଏବଂ ଶାରୀରିକ ପରିବର୍ତ୍ତନ ନେଇ ଆସିଥାଏ । ଏହା କିଡନୀରେ ଷ୍ଟୋନ୍ ସୃଷ୍ଟି କରେ। ଶୀତଋତୁରେ ଲୋକମାନେ ଶାରୀରିକ ଭାବରେ କମ୍ ସକ୍ରିୟ ଥାଆନ୍ତି । ଯେଉଁଥିପାଇଁ ପାଚନ ଏବଂ ମଳତ୍ୟାଗର ଗତି ଧୀର ହୋଇପାରେ । ଯେଉଁଥିପାଇଁ କିଡନୀରେ ଷ୍ଟୋନ୍ ହେବାର ଆଶଙ୍କା ବଢ଼ିଯାଏ ।
ଏକ ଗବେଷଣା ଅନୁଯାୟୀ, ଶୀତଦିନେ ଡିହାଇଡ୍ରେସନ୍ ଅଧିକ ଦେଖାଯାଏ । କାରଣ ଲୋକମାନେ କମ୍ ପାଣି ପିଅନ୍ତି । ଯେଉଁଥିପାଇଁ ଶରୀରରେ ଜଳୀୟ ଅଂଶ କମ୍ ହୋଇଥାଏ ଏବଂ ମଳ କଠିନ ହୋଇଯାଏ । ଯାହା କିଡନୀରେ ଷ୍ଟୋନ୍ ହେବାକୁ ବାଟ କଢାଇ ଦେଇଥାଏ ।
ଶୀତଦିନେ ବାଦାମ, ପାଳଙ୍ଗ, ଲାଲ ମାଂସ, ଚିକେନ୍, ପନିର ଏବଂ ଅନ୍ୟାନ୍ୟ କ୍ଷୀର ଉତ୍ପାଦ ପରି କିଛି ଖାଦ୍ୟ ପଦାର୍ଥ ଅଧିକ ପରିମାଣରେ ଖାଇବା ଦ୍ୱାରା ଷ୍ଟୋନ୍ ହେବାର ଆଶଙ୍କା ବଢ଼ିପାରେ। ଏହି ଖାଦ୍ୟ ସାମଗ୍ରୀରେ ଅକ୍ସାଲେଟ୍ ଏବଂ ପ୍ରୋଟିନ୍ ଅଧିକ ଥାଏ। ଯାହା ଷ୍ଟୋନ୍ ଗଠନରେ ସାହାଯ୍ୟ କରିଥାଏ ।
ଆସନ୍ତୁ ଜାଣିବା କିଡନୀରେ ଷ୍ଟୋନ୍ ହେବାର ଲକ୍ଷଣ ବିଷୟରେ... ବାରମ୍ବାର ଶୌଚାଳୟ ଯିବା ଏବଂ ପରିସ୍ରାର ପରିମାଣ ହ୍ରାସ ପାଇବା ଦ୍ଵାରା କିଡନୀରେ ଷ୍ଟୋନ୍ ହେବାକୁ ଲାଗିଥାଏ ।
ପିଠି କିମ୍ବା ପେଟର ତଳ ଭାଗରେ ପ୍ରବଳ ଯନ୍ତ୍ରଣା ହେବା ଏହାର ଲକ୍ଷଣ ହୋଇପାରେ । କିଡନୀରେ ଷ୍ଟୋନ୍ ହେବା ଦ୍ବାରା ରକ୍ତସ୍ରାବ ହେବା ଏକ ସାଧାରଣ ଘଟଣା । ପରିସ୍ରା କରିବା ସମୟରେ ଜଳାପୋଡ଼ା କିମ୍ବା ଯନ୍ତ୍ରଣା ହୁଏ, ତେବେ କିଡନୀ ଷ୍ଟୋନ୍ କିମ୍ବା ସଂକ୍ରମଣ ହୋଇଥାଇପାରେ।
ଏଥିରୁ ବର୍ତ୍ତିବା ପାଇଁ ପ୍ରତିଦିନ ୮-୧୦ ଗ୍ଲାସ ପାଣି ପିଇବା ଉଚିତ । ଏହା ପରିସ୍ରା ପ୍ରବାହକୁ ବଜାୟ ରଖେ ଏବଂ କିଡନୀ ଷ୍ଟୋନ୍ ହେବାକୁ ରୋକିଥାଏ । ଯଦି ଶରୀରରେ ପାଣିର ଅଭାବ ହୁଏ ଏବଂ ମଳ କଠିନ ହୋଇଯାଏ, ତେବେ କିଡନୀ ଷ୍ଟୋନ ହୋଇପାରେ ।