୨୦ ମିନିଟ୍‌ ଆୟୁଷ କମାଉଛି ଗୋଟିଏ ସିଗାରେଟ୍, ବୈଜ୍ଞାନିକଙ୍କ ଖୁଲାସା

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୦୭।୦୧; ସିଗାରେଟ୍ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ସମସ୍ତେ ଜାଣିଥାନ୍ତି ତଥାପି ସଭିଏଁ ସିଗାରେଟ୍ ଟାଣନ୍ତି। ଲୋକମାନେ ଭାବନ୍ତି ଯେ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ସିଗାରେଟ୍ ଟାଣିଲେ, କୌଣସି କ୍ଷତି ପହଞ୍ଚାଇବ ନାହିଁ। ହେଲେ ବର୍ତ୍ତମାନ ରିପୋର୍ଟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଜୀବନର ୨୦ ମିନିଟ୍ ହ୍ରାସ ପାଇବ।

ଅଧ୍ୟୟନରୁ ଜଣାପଡିଛି ଯେ ସିଗାରେଟ୍‌ ଟାଣିବା ଆୟୁଷ ଉପରେ ଖୁବ ଖରାପ ପ୍ରଭାବ ପକାଏ। ଗୋଟିଏ ସିଗାରେଟ୍‌ ଟାଣିବା ଦ୍ୱାରା ବ୍ୟକ୍ତିର ଆୟୁ ପ୍ରାୟ ୨୦ମିନିଟ କମିଯାଏ। ଏହାର ଅର୍ଥ ହେଉଛି ଜଣେ ୨୦ଟି ସିଗାରେଟର ଏକ ପ୍ୟାକେଟ୍ ଟାଣେ ତେବେ ବ୍ୟକ୍ତିଙ୍କ ଜୀବନର ପ୍ରାୟ ୭ ଘଣ୍ଟା କମାଇପାରେ। ସିଗାରେଟ୍ ଏତେ ବିପଜ୍ଜନକ ବୋଲି ବିବେଚନା କରାଯାଇ ନଥିଲା, କିନ୍ତୁ ଏହି ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଲୋକମାନେ ଜାଣନ୍ତି ଯେ ଧୂମପାନ ବିପଜ୍ଜନକ, କିନ୍ତୁ ଏହା କେତେ କ୍ଷତି ଘଟାଏ ତାହା ସେମାନେ ଅନୁଭବ କରିପାରନ୍ତି ନାହିଁ। ଯେଉଁମାନେ ସାରା ଜୀବନ ସିଗାରେଟ୍ କିମ୍ବା ବିଡି ଟାଣନ୍ତି। ସେମାନେ ତାଙ୍କ ଜୀବନର ପ୍ରାୟ ୧୦ ବର୍ଷ ହରାନ୍ତି। ଧୂମପାନ କେବଳ କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ରୋଗର କାରଣ ନୁହେଁ, ବରଂ ଏହା ଲୋକଙ୍କ ଜୀବନରୁ ମୂଲ୍ୟବାନ ସମୟ ଛଡାଇ ନେଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.