ଡେବ୍ୟୁ ଫିଲ୍ମ ପରେ ବଦଳିଥିଲା ହ୍ରିତିକଙ୍କ ଭାଗ୍ୟ, ୩୦ ହଜାର ଝିଅଙ୍କର ଆସିଥିଲା ବିବାହ ପ୍ରସ୍ତାବ

Published By : Prameya-News7 Bureau | January 10, 2025 IST

ମୁମ୍ଵାଇ ୧୦।୦୧; ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ଅଭିନେତା ହ୍ରିତିକ ରୋଶନ । ସେ ଆଜି ତାଙ୍କର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ସମଗ୍ର ଚଳଚ୍ଚିତ୍ର ଜଗତ ଏହି ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ 'ଡୁଗ୍ଗୁ'କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ପଠାଉଛନ୍ତି। ଅଭିନୟ ଏବଂ ନୃତ୍ୟ ବ୍ୟତୀତ, ହ୍ରିତିକ୍ ତାଙ୍କର ସୁନ୍ଦର ଲୁକ୍ ପାଇଁ ବେଶ୍‌ ଜଣାଶୁଣା। ଲକ୍ଷ ଲକ୍ଷ ଲୋକଙ୍କ ହୃଦୟସ୍ପର୍ଶୀ ହ୍ରିତିକ 'କହୋ ନା ପ୍ୟାର୍ ହୈ' ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଫିଲ୍ମ ପରେ, ତାଙ୍କ ସହିତ ଏପରି କିଛି ଘଟିଲା ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ନାହାଁନ୍ତି।

ପ୍ରଥମ ସିନେମା ପରେ କ’ଣ ହେଲା?

ହ୍ରିତିକ୍ ରୋଶନ ୨୦୦୦ ମସିହାରେ 'କହୋ ନା ପ୍ୟାର ହେ' ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମଟି ସୁପରହିଟ୍ ହୋଇଥିଲା ଏବଂ ସେ ରାତାରାତି ପାଲଟିଥିଲେ ସୁପରଷ୍ଟାର। ହ୍ରିତିକ୍ ଏକ ଦମ୍‌ଦାମ୍‌ ଅନ୍ଦାଜରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମର ସଫଳତା ପରେ ତାଙ୍କର ଭାଗ୍ୟ ବଦଳିଗଲା। ପ୍ରଥମ ଫିଲ୍ମରୁ ହିଁ ଝିଅମାନଙ୍କ ମଧ୍ୟରେ ହ୍ରିତିକ୍‌ଙ୍କ କ୍ରେଜ୍ ବଢ଼ିବା ଆରମ୍ଭ କରିଥିଲା।

ଝିଅମାନଙ୍କ ମଧ୍ୟରେ ହ୍ରିତିକ୍ ପାଇଁ ଏତେ କ୍ରେଜ୍ ଥିଲା ଯେ ସେମାନଙ୍କୁ ବିବାହ ପ୍ରସ୍ତାବ ଆସିବା ଆରମ୍ଭ ହୋଇଗଲା। 'ଦି କପିଲ ଶର୍ମା ଶୋ'ରେ ହ୍ରିତିକ୍ ଏକ ମଜାଦାର କାହାଣୀ କହିଥିଲେ। ତାଙ୍କର ପ୍ରଥମ ସିନେମା ପରେ, କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୩୦ ହଜାର ଝିଅ ହ୍ରିତିକଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯେତେବେଳେ ହ୍ରିତିକ୍ ସୁଜେନ ଖାନଙ୍କୁ ବିବାହ କଲେ, ସେତେବେଳେ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଥିଲା। କହିବାକୁ ଗଲେ ଏବେ ହ୍ରିତିକ୍ ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି। ସେ ସୁଜେନଙ୍କ ଠାରୁ ଛାଡପତ୍ର ନେଇ ସାରିଛନ୍ତି। ସେମାନଙ୍କ ଦୁହିଁଙ୍କର ଦୁଇଟି ସନ୍ତାନ ଅଛନ୍ତି - ରିହାନ ଏବଂ ରିଦାନ। ହ୍ରିତିକ୍‌ଙ୍କ ପରି, ସୁଜେନ୍ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.